‘ଦଳରେ କାହାସହ କାହାର ମତ ଠିକ୍ ନାହିଁ, ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ବିଜେଡି-ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି ।

Tara Prasad Bahinipati

ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବିରୋଧ କରୁଛି ନିଜ ଦଳ କଂଗ୍ରେସ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି, ଦଳରେ କାହାସହ କାହାର ମତ ଠିକ୍ ନାହିଁ, ଯାହା ଦେଖି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି । କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି, କାହାର ଦଳୀୟ ସ୍ବାର୍ଥ ଚିନ୍ତା ନାହିଁ । ସମସ୍ତେ ନିଜ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରୁଥିବା ତାରା ଅଭିଯୋଗ ଆଣିଛନ୍ତି। ଯାହାକୁ ସାଧାରଣ ଲୋକ କ୍ଷମା ଦେବେନି ବୋଲି ତାରା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ବିଜେଡି-ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି । ତେଣୁ ମୁଁ ମୋ ନିର୍ବାଚନ ମଣ୍ଡଳୀ ଭିତରେ ରହିଛି। ବିଜେଡିର ପ୍ରସଙ୍ଗରେ ତାରା କହିଛନ୍ତି, ବିଜେଡି ପ୍ରତି ଲୋକଙ୍କ ବୀତସ୍ପୃହ ଏବଂ ଓଡ଼ିଆ ଅସ୍ମିତା ପାଇଁ ଦଳ ହାରିଲା । ଆମର ପ୍ରଦର୍ଶନ ଭଲ ରହିନଥିବାରୁ ବିଜେପି କ୍ଷମତାକୁ ଆସିଲା । ମାତ୍ର ପଞ୍ଚାୟତ ନିର୍ବାଚନ ବେଳେ ଏକାଠି ହେଲେ ପଞ୍ଚାୟତ କଂଗ୍ରେସ ହାତରେ ରହିବ ବୋଲି ତାରା କହିଛନ୍ତି । ତାରାଙ୍କ ଅଭିଯୋଗ ନେଇ କଂଗ୍ରେସ କିମ୍ବା ବିଜେଡି-ବିଜେପିର ପ୍ରତିକ୍ରିୟା ମିଳିପାରିନି ।