Advertisment

ମୁରବୀଶୂନ୍ୟ ହୋଇଛି କି ଓଡ଼ିଶା କଂଗ୍ରେସ ? ପାର୍ଟି ଅଫିସରେ ୯ ଦିନ ଝୁଲିଲା ତାଲା !

ଆଜି ତାଲା ଖୋଲିଥିଲେ ବି କଂଗ୍ରେସ ଅଫିସ୍ ଖାଁ ଖାଁ । AICCକୁ ସବୁ ଜଣାଇଛି କହିଲେ ଶରତ ।

undefined

Odisha Congress

Advertisment

୯ ଦିନ ତାଲା ପଡ଼ିଲା । ପିସିସି ସଭାପତିଙ୍କ ଦେଖା ନଥିଲା । ଆଉ ଆଜି ଫାଟକ ତାଲା ଖୋଲିଥିଲେ ବି ପିସିସି ଅଫିସ୍ ଖାଁ ଖାଁ ଥିଲା । ମୁରବୀ ଶୂନ୍ୟ ହୋଇପଡିଛି କି ଓଡ଼ିଶା କଂଗ୍ରେସ ? ୨୪ ନିର୍ବାଚନରେ ଦଳର ୯ରୁ ୯୦ ନାରା ଫିକା ପଡିଯିବା ପରେ ଉଠିଛି ଏଭଳି ପ୍ରଶ୍ନ। ଗୋଟିଏ ପଟେ ପିସିସି ସଭାପତିଙ୍କ ବିରୁଦ୍ଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ତ ଅନ୍ୟପଟେ ଦଳର ଜଣକ ପରେ ଜଣେ ନେତା ବି ମଙ୍ଗୁଆଳଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି ।

Advertisment

ନୈତିକତା ଦୃଷ୍ଟିରୁ ପିସିସି ସଭାପତି ଇସ୍ତଫା ଦେଇଦେବା ଉଚିତ୍ ବୋଲି କିଛି ଦିନ ତଳେ ବରିଷ୍ଠ ନେତା ଜୟଦେବ ଜେନା କହିଥିଲେ । ଶରତ ପଟ୍ଟନାୟକଙ୍କୁ କାଳିମାଡ ଘଟଣାରେ ପାର୍ଟିରୁ ବହିସ୍କୃତ କିଛି ନେତା ପିସିସି ଅଫିସ ଆଗରେ ବିକ୍ଷୋଭ କରିବା ସହ ପିସିସି ସଭାପତିଙ୍କ ପୋଷ୍ଟର ମଧ୍ୟ ପୋଡିଥିଲେ। ସେମାନଙ୍କ ଅଭିଯୋଗ - ଶରତ ବିଜେଡି-ବିଜେପି ସହ ହାତ ମିଳାଇ ନିଜେ ନିର୍ବାଚନ ଲଢି ଅମାନତ ହରାଇଲେ, ତାଙ୍କ ପାଇଁ ହିଁ ନିର୍ବାଚନରେ ଦଳ ହାରିଲା। ସେପଟେ କାଳିମାଡ଼ ଘଟଣାରେ ବହିଷ୍କୃତ ନେତ୍ରୀଙ୍କ ଧାରଣା ୧୦ ଦିନରେ ପହଞ୍ଚିଛି। 

ଚର୍ଚ୍ଚା ହେଉଛି ଶୋଚନୀୟ ପରାଜୟ ପରେ କଂଗ୍ରେସକୁ ଫେରିଛି କି ପୁରୁଣା ବେମାରୀ। ଗତ ମାସ ୨୧ ତାରିଖରେ ପିସିସି ସଭାପତି ନିଜ ଅଫିସରେ ବସିଥିବା ବେଳେ ହଠାତ୍ ତାଙ୍କ ଉପରେ କାଳିମାଡ଼ ହେଲା। ଆଉ ତାର ଦିନକ ପରେ ୫ ନେତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଥିଲା ଶୃଙ୍ଖଳା କମିଟି ।

Advertisment

ତେଣେ କାଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ଦଳର ବରିଷ୍ଠ ନେତା ବିଜୟ ପଟ୍ଟନାୟକ। କହିଛନ୍ତି କଂଗ୍ରେସ ଏକ ଜାତୀୟ ଦଳ-ଦଳର ସଭାପତି ରହିବେ କି ନରହିବେ ତାହା ଏଆଇସିସି ସ୍ଥିର କରିବ। ତେଣେ କାଳିମାଡ଼ ଘଟଣା ପରେ ପିସିସି ସଭାପତି ଶରତ ପଟ୍ଟନାୟକ । ତାଙ୍କ ପଦରୁ ଇସ୍ତଫା ଦେଇ ଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ-ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି- ନିର୍ବାଚନ ଫଳାଫଳ ଆସିବା ପରଦିନ ମୁଁ ଏଆଇସିସିକୁ ସବୁ କଥା ଜଣାଇ ଦେଇଛି।

୨୪ ନିର୍ବାଚନ ଫଳାଫଳ ଆସିବା ପରଠୁ ରାଜ୍ୟ କଂଗ୍ରେସରେ ଗୋଟିଏ ପରେ ଗୋଟିଏ ଘଟଣାକ୍ରମ ଦେଖି ଦଳ ଏଠି ମୂରବିଶୂନ୍ୟ ଲାଗୁଥିବା କହିଲେଣି ରାଜନୀତି ସମୀକ୍ଷକ।

Advertisment

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ