Advertisment

ସ୍ୱତନ୍ତ୍ର ଭାବେ 'କଂଗ୍ରେସ' ଚଳାଇପାରିବେ କି ଖଡଗେ?

ଖଡଗେ ସଭାପତି ହେବା ପରେ ତାଙ୍କ ଆଗରେ ଉଭୟ ସାଂଗଠନିକ ଓ ରାଜନୈତିକ ସ୍ତରରେ ଅନେକ ଚ୍ୟାଲେଞ୍ଜ୍ କୁହାଯାଉଛି, ସଭାପତି ହେବା ସତ୍ତ୍ୱେ ଗାନ୍ଧୀ ପରିବାର ଛାଇରୁ ବାହାରି ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ତ ଖଡଗେ?

ଅଦ୍ୟତନ ହୋଇଛି
Congress Party

Congress Party

Advertisment

୨୪ ବର୍ଷ ପରେ କଂଗ୍ରେସର ଅଣଗାନ୍ଧି ସଭାପତି। ଦେଶର ସର୍ବପୁରାତନ ରାଜନୈତିକ ଦଳର ନୂଆ ମଙ୍ଗୁଆଳ ହେଲେ ମଲ୍ଲିକାର୍ଜୁନ ଖାଡଗେ। ଗତ ୧୭ ତାରିଖରେ ଅନୁଷ୍ଠିତ କଂଗ୍ରେସ ସଭାପତି ନିର୍ବାଚନରେ ସୋନିଆଙ୍କ ପସନ୍ଦ ଖାଡଗେଙ୍କୁ ହିଁ ଭୋଟ ଦେଇଛନ୍ତି ଅଧିକାଂଶ କଂଗ୍ରେସ ପ୍ରତିନିଧି। ତେଣୁ ଦଳରେ ଗଣତନ୍ତ୍ର ଆଣିବା ଓ ସମସ୍ତଙ୍କୁ ସମାନ ସୁଯୋଗ ଦେବା ସହ ଦଳ ଉପରୁ ଗାନ୍ଧି ପରିବାରର ପତିଆରା ହ୍ରାସ ନେଇ ଦାବି ଉଠାଉଥିବା ଗୋଷ୍ଠୀକୁ ଲାଗିଛି ଜବରଦସ୍ତ ଝଟକା। ପୁଣି ଥରେ ପ୍ରମାଣିତ ହୋଇଛି ଯେ ଦଳ ଗାନ୍ଧୀ ପରିବାରକୁ ଛାଡି ତିଷ୍ଠି ପାରିବ ନାହିଁ କି କଂଗ୍ରେସ ନେତା ଗାନ୍ଧୀ ପରିବାରକୁ ଛାଡି ପାରିବେ ନାହିଁ। କଂଗ୍ରେସ ସଭାପତି ନିର୍ବାଚନରେ ଖଡଗେ ମୋଟ ୭୮୯୭ ଭୋଟ୍ ପାଇଥିବା ବେଳେ ଥରୁର ପାଇଛନ୍ତି ମାତ୍ର ୧ ହଜାର ୭୨ ଭୋଟ୍। ଏପଟେ ଏ ଭୋଟ ରିୟଲ ନୁହେଁ ରିଗିଙ୍ଗ ବୋଲି ଅଭିଯୋଗ କରିଛନ୍ତି ଶଶୀ ଥରୁର। ଆମେ ଚିରାଚରିତ ବ୍ୟବସ୍ଥା ନୁହେଁ ପରିବର୍ତ୍ତନ ଲାଗି ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଥିଲୁ ବୋଲି ଥରୁରଙ୍କ ଟୁଇଟ୍ ପରେ ଏହାକୁ ନେଇ ପୁଣି ବିବାଦ ଦେଖାଦେଇଛି।

Advertisment

ଖଡଗେ ସଭାପତି ହେବା ପରେ ତାଙ୍କ ଆଗରେ ଉଭୟ ସାଂଗଠନିକ ଓ ରାଜନୈତିକ ସ୍ତରରେ ଅନେକ ଚ୍ୟାଲେଞ୍ଜ୍ କୁହାଯାଉଛି, ସଭାପତି ହେବା ସତ୍ତ୍ୱେ ଗାନ୍ଧୀ ପରିବାର ଛାଇରୁ ବାହାରି ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ତ ଖଡଗେ? ଏଣିକି ଦଳରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଭୂମିକା କଣ ରହିବ ଏବଂ କିଏ ନିର୍ଦ୍ଧାରଣ କରିବେ ସେମାନଙ୍କ କାର୍ଯ୍ୟ ଓ ଦାୟିତ୍ୱ ? ବାରମ୍ବାର ପରାଜୟର ସାମ୍ନା କରି ଏବେ ବୁଡ଼ି ଯାଉଥିବା ନୌକାର କ୍ୟାପଟେନ୍ ସାଜିଥିବା ଖାଡଗେ କଂଗ୍ରେସ ଛାଡ଼ିବାକୁ ଚାହୁଁଥିବା ନେତାଙ୍କୁ ମନାଇ ପାରିବେ ତ ? ଖାଡଗେଙ୍କୁ ଗ୍ରହଣ କରିପାରିବେ କି ପୂର୍ବରୁ ଗାନ୍ଧୀ ପରିବାର ନେତୃତ୍ୱକୁ ବିରୋଧ କରୁଥିବା କଂଗ୍ରେସର ଜି୨୩ ଗୋଷ୍ଠୀ?

ଏପଟେ ଆସନ୍ତା ସାଧାରଣ ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ପୁନର୍ଜୀବିତ କରିବାକୁ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ନେବେ କି ନୂଆ ସଭାପତି ? ସେହିଭଳି ଦେଶର ମିଳିତ ବିରୋଧୀଙ୍କୁ ଏକାଠି କରି ମୋଦି ଓ ଶାହାଙ୍କୁ ଟକ୍କର ଦେବା ପାଇଁ କ୍ଷେତ୍ର ଓ ରଣନୀତି ପ୍ରସ୍ତୁତିରେ ସଫଳ ହୋଇପାରିବେ ତ ଖଡଗେ?

Advertisment

ସଭାପତି ନିର୍ବାଚନରେ ଖଡଗେଙ୍କ ବିପୁଳ ବିଜୟ ପରେ ଦଳର ପୂର୍ବତନ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଖଡଗେଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳିି ଖଡଗେ ତାଙ୍କ ଲମ୍ବା ରାଜନୈତିକ ଅନୁଭୂତିକୁ ନେଇ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧୀ।

Congress Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ