Advertisment

ହଜିଯିବ BSKY ! ଆସିବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍କିମ୍

ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ।

undefined

Ayushman

Advertisment

୬ ବର୍ଷ ଚାଲିବା ପରେ ଏବେ ହଜିଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଲାଗୁହେବ ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ନିଜ ସରକାରର ପ୍ରଥମ ବଜେଟରେ ୩ ହଜାର ୫୫୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ- ଜନ ଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାଜ୍ୟର ନିଜସ୍ୱ ପାଣ୍ଠିରେ ଚାଲିବାକୁ ଥିବା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ରଖାଯାଇଛି।

Advertisment

ବଡ଼ ପ୍ରଶ୍ନ, ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ।

ଏବେ ରାଜ୍ୟରେ ପ୍ରାୟ ୯୬ ଲକ୍ଷ ୫୦ ହଜାର ବିପିଏଲ ଓ ଏପିଏଲ୍ ପରିବାର BSKY ଅଧିନରେ ସ୍ୱାସ୍ଥ୍ୟବୀମା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏ ସମସ୍ତ ପରିବାର ହିଁ ଦୁଇ ନୂଆ ସ୍ୱାସ୍ଥ୍ୟ ବୀମାରେ ସାମିଲ ହେବେ । କେବଳ ବିପିଏଲ୍‌ଙ୍କ ପାଇଁ ଉଦ୍ଦିଷ୍ଟ ଆୟୁଷ୍ମାନ ଭାରତରେ BSKYର ପ୍ରାୟ ୬୦ ପ୍ରତିଶତ ହିତାଧିକାରୀ ସାମିଲ ହୋଇଯିବେ। ବଳକା ୪୦ ପ୍ରତିଶତ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ନିଜସ୍ୱ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ସାମିଲ କରାଯିବ।

Advertisment

ଯଦିଓ ଆୟୁଷ୍ମାନ ଭାରତରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ରହିଛି, ରାଜ୍ୟରେ କିନ୍ତୁ ଏହି ଯୋଜନାରେ BSKY ଭଳି ମହିଳାଙ୍କ ଲାଗି ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇବାକୁ ମୋଡାଲିଟି ପ୍ରସ୍ତୁତ କରୁଛି ସ୍ୱାସ୍ଥ୍ୟ ବିଭାଗ। ଏମିତିକି ଉଭୟ ଯୋଜନାର ହିତାଧିକାରୀ ଯେଭଳି ଆୟୁଷ୍ମାନ ଭାରତ ଓ BSKY ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସେବା ପାଇପାରିବେ, ତାହାର ବି ବ୍ୟବସ୍ଥା ରହିବ।

ପ୍ରଚଳିତ BSKY କାର୍ଡ ବଦଳରେ ହିତାଧିକାରୀଙ୍କ ପାଇଁ ପ୍ରଚଳିତ ହେବ ନୂଆ ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ। ଖୁବ୍‌ଶୀଘ୍ର ଏହାର ରୂପରେଖ ଚୂଡ଼ାନ୍ତ ହେବ।

Advertisment

BJD BJP Congress BSKY Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ