Advertisment

ନବ ହତ୍ୟା ମାମଲା: FBI ସହାୟତା ମଗାଯିବା ଦ୍ୱନ୍ଦ୍ୱ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ

RTI ଆବେଦନ ଆଧାରରେ ଗୃହ ମନ୍ତ୍ରାଳୟ ଚିଠି ପାଇନଥିବା ଜଣାଇଥିଲା।

ଅଦ୍ୟତନ ହୋଇଛି
FBI assistance in Naba Das murder

FBI assistance in Naba Das murder

Advertisment

ନବ ଦାସ ହତ୍ୟା ମାମଲାରେ FBI ସହାୟତା ମଗାଯିବା ଦ୍ୱନ୍ଦ୍ୱ ପ୍ରସଙ୍ଗରେ MHAକୁ ଚିଠି କରାଯାଇଥିବା କହିଛି କ୍ରାଇମବ୍ରାଞ୍ଚ। ରାଜ୍ୟ ଗୃହ ବିଭାଗ ଏନେଇ MHAକୁ ଚିଠି ଲେଖିଥିବା କ୍ରାଇମବ୍ରାଞ୍ଚ କହିଛି । ଫେବ୍ରୁଆରୀ ୨୨ରେ ଚିଠି ନଂ 187/Cରେ ଚିଠି ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ବିସ୍ତୃତ ପ୍ରେସ୍ ରିଲିଜ୍ ଜାରି କରାଯାଇଛି।

Advertisment

ଗୋପାଳର ପରିବାର ଲୋକ ତାର ମାନସିକ ସ୍ଥିତି ଠିକ ନଥିବା କହିଥିଲେ । ମେଡିକାଲ ଟିମ୍ ଦ୍ବାରା ଯାଞ୍ଚରୁ ସେ ମେଣ୍ଟାଲି ଫିଟ୍ ଥିବା ଜଣାପଡ଼ିଥିଲା । ଅଧିକ ସ୍ପଷ୍ଟତା ପାଇଁ CFSL, SFL, SCBର ସହାୟତା ବି ନିଆଯାଇଥିଲା । ଅଧିକ ସ୍ପଷ୍ଟତା ପାଇଁ FBI ଦ୍ୱାରା ଯାଞ୍ଚ ପାଇଁ ସ୍ଥିର କରାଯାଇଥିଲା । ନିୟମାନୁସାରେ କୌଣସି ରାଜ୍ୟ ସରକାର ସିଧା FBIକୁ କହିପାରିବେନାହିଁ । ତେଣୁ ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇଥିଲୁ ବୋଲି କ୍ରାଇମବ୍ରାଞ୍ଚ କହିଛି ।

ଫେବ୍ରୁଆରୀ ୨୨ରେ କେନ୍ଦ୍ରକୁ ଏନେଇ ରାଜ୍ୟ ସରକାର ଚିଠି କରିଥିଲେ । ସୂଚନାଯୋଗ୍ୟ ଆମେ କିଛି ଚିଠି ପାଇନୁ ବୋଲି କହିଥିଲା ଗୃହ ମନ୍ତ୍ରାଳୟ । ଓଡ଼ିଶା ସରକାରଙ୍କ ଠାରୁ କିଛି ଚିଠି ମିଳିନଥିବା ଗୃହ ମନ୍ତ୍ରାଳୟ କହିଥିଲା । RTI ଆବେଦନ ଆଧାରରେ ଗୃହ ମନ୍ତ୍ରାଳୟ ଚିଠି ପାଇନଥିବା ଜଣାଇଥିଲା। 

Advertisment
Crime Branch RTI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ