Advertisment

ଭଦ୍ରକ ବିଜେଡିରେ ବଢ଼ୁଛି ଦ୍ୱନ୍ଦ୍ୱ, କାହାକୁ ଦେବେ ଟିକଟ ! ବଳିଆନ୍‌ ହେଲାଣି ବିଜେପି

ଭଦ୍ରକ ଆସନରୁ ବିଜେଡି ଟିକେଟ ପାଇଁ ଏକାଧିକ ଆଶାୟୀ । ତା’ଭିତରୁ ସବା ଆଗରେ ଅସୀତ ପଟ୍ଟନାୟକ।

ଅଦ୍ୟତନ ହୋଇଛି
Bhadrak Politics

Bhadrak Politics

Advertisment

ଆଗରୁ କଂଗ୍ରେସର ଦୁର୍ଗ ଥିଲା, କିନ୍ତୁ ୨୦୦୯ ପରଠୁ ଉଡୁଛି ବିଜେଡିର ବିଜୟ ପତାକା । ରାଜନୈତିକ ଦୃଷ୍ଟିକୋଣରୁ ଉପକୂଳ ଓଡ଼ିଶାର ଅନ୍ୟତମ ସମ୍ବେଦନଶୀଳ ଆସନ ଭଦ୍ରକ ନିର୍ବାଚନମଣ୍ଡଳୀ। ଏଥର ଏଠୁ ବିଜେଡିରେ ମାଳମାଳ ଆଶାୟୀ। ସେହିଭଳି ବିରୋଧୀ ବିଜେପି ଓ କଂଗ୍ରେସ ଶିବିରରେ ବି ସମାନ ସ୍ଥିତି।

Advertisment

ଉତ୍ତର ଓଡ଼ିଶାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ବିଧାନସଭା କ୍ଷେତ୍ର ଭଦ୍ରକ । ଆଗରୁ କଂଗ୍ରେସର ଗଡ ଥିବା ଏଇ ଆସନ ଏବେ ବିଜେଡି ଦଖଲରେ। ଗତ ୩ଟି ନିର୍ବାଚନରେ ଏଠୁ ଲଗାତର ଭାବେ ଜିତି ଆସୁଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ।

ସଞ୍ଜୀବ ମଲ୍ଲିକ ଏବେକାର ବିଧାୟକ। ଗତ ନିର୍ବାଚନରେ ପ୍ରଥମ ଥର ପ୍ରାର୍ଥୀ ହୋଇ ବିଜେପିର ପ୍ରଦୀପ ନାୟକଙ୍କୁ ୩୩ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ ସଂଜୀବ । କିନ୍ତୁ ଏଥର ପରିସ୍ଥିତି ଟିକେ ଅଲଗା । ଏଥର ଭଦ୍ରକ ଆସନରୁ ବିଜେଡି ଟିକେଟ ପାଇଁ ଏକାଧିକ ଆଶାୟୀ । ତା’ଭିତରୁ ସବା ଆଗରେ ଅସୀତ ପଟ୍ଟନାୟକ।

Advertisment

ଭଦ୍ରକ ବିଜେଡିର ଭେଟେରାନ ଲିଡର୍ ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସୀତ ଭଦ୍ରକ ଆସନକୁ ନେଇ ବେଶ୍ ଆଶାବାଦୀ । କାରଣ ତାଙ୍କ ବାପା ଯୁଗଳ କିଶୋର ପଟ୍ଟନାୟକ କଂଗ୍ରେସରୁ ୩ ଥର ଓ ବିଜେଡିରୁ ଦୁଇ ଥରକୁ ମିଶାଇ ମୋଟ ୫ ଥର ବିଧାୟକ ଥିଲେ । ତେବେ ୨୦୧୯ରେ ଦଳ ତାଙ୍କୁ ଟିକେଟ ନଦେଇ ସଂଜୀବଙ୍କୁ ପ୍ରାର୍ଥୀ କରିଥିଲା। ଗତଥର ବାପାଙ୍କ ହାତରୁ କ୍ଷମତା ଯାଇଥିବା ବେଳେ ଏଥର ପୁଅଙ୍କ ପାଖକୁ ଫେରିବା ନେଇ ତାଙ୍କ ସମର୍ଥକଙ୍କ ଭିତରେ ଚର୍ଚ୍ଚା।

ଏପଟେ ସମାଜସେବୀ ଜ୍ୟୋତି ପ୍ରକାଶ ମହାନ୍ତି ଓ ରାମଚନ୍ଦ୍ର ବେହେରାଙ୍କ ନାଁକୁ ନେଇ ମଧ୍ୟ ଭଦ୍ରକ ବିଜେଡିରେ ଢେର ଚର୍ଚ୍ଚା।

Advertisment

ଭଦ୍ରକ ଆସନରେ କେବେ ବି ବିଜୟର ବାନା ଉଡାଇ ନଥିବା ବିଜେପି ପାଇଁ ଗତ ୨୦୧୯ ନିର୍ବାଚନ ଫଳାଫଳ ସାନ୍ତ୍ୱନା ଆଣିଥିଲା। ପୂର୍ବରୁ ତୃତୀୟ ସ୍ଥାନରେ ରହୁଥିବା ବିଜେପି ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲା। ଗତ ଦୁଇଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଡାକ୍ତର ପ୍ରଦୀପ ନାୟକ ଏଥର ବି ଦଳ ପକ୍ଷରୁ ମୈଦାନକୁ ଓହ୍ଲାଇବାକୁ ଆଶା ରଖିଛନ୍ତି।

ହେଲେ ସେପଟେ ଗତ ୪ ବର୍ଷ ଧରି ବିଜେପିର ମଙ୍ଗ ଧରିଥିବା ଜିଲ୍ଲା ସଭାପତି ହେମନ୍ତ ପାଢୀ ମଧ୍ୟ ଟିକେଟ ପାଇଁ ଆଶାୟୀ ଥିବା ଚର୍ଚ୍ଚା। ସେ ଗତ ଧାମନଗର ଉପ ନିର୍ବାଚନରେ ଭଲ ମ୍ୟାନଜ କରି ବିଜେପିକୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇ ଥିଲେ ।

୨୦୦୦ ଓ ୨୦୦୪ରେ ବିଜେଡି ଓ ବିଜେପି ମେଣ୍ଟ ବେଳେ ସେମାନଙ୍କୁ କଡ଼ା ଟକ୍କର ଦେଇ କ୍ଷମତାକୁ ଆସିଥିଲା କଂଗ୍ରେସ ଦଳ। କିନ୍ତୁ ଏବେ ଆଉ ସେ ସ୍ଥିତି ନାହିଁ। ୨୦୦୯ରୁ ଏ ଆସନ ବିଜେଡି ହାତକୁ ଯିବା ପରେ ଆଉ ଫେରିନି। ତେଣୁ ପୁରୁଣା ଗଡ଼ ହିସାବରେ କଂଗ୍ରେସ ଏଠୁ ନିର୍ବାଚନ ଜିତିବାକୁ କସରତ କରୁଥିଲେ ବି ସମ୍ଭବ ହୋଇନି। ଗତ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିଲେ ଯୁବନେତା ନଳିନୀକାନ୍ତ ମହାନ୍ତି। ତେବେ ଏଥର ଟିକେଟ୍ ରେସରେ ସାମିଲ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ରାୟ ମହାପାତ୍ର ।

BJD BJP Congress Odisha Politics General Elections 2024 Sattara Satranj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ