କଟକରେ ଜଳ ଜଳ ବିଜେଡି ଗୋଷ୍ଠୀ କନ୍ଦଳ, ନବୀନଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗଦେଲେନି ମେୟର

ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂ ଓ ସିଏମସି କର୍ପୋରେଟରଙ୍କୁ ଦେଖିବାକୁ ମିଳିନଥିଲା । ଯୁବ ଓ ଛାତ୍ର ବିଜେଡି ଗୋଷ୍ଠୀ ଦେବାଶିଷଙ୍କ କ୍ୟାମ୍ପର ହୋଇଥିବାରୁ ସୁବାଷ ଓ ତାଙ୍କ ଗୋଷ୍ଠୀର କର୍ପୋରେଟରଙ୍କୁ ସେଠାକୁ ଡକାଯାଇନଥିଲା ବୋଲି ଚର୍ଚ୍ଚା ହେଉଛି ।

Conflict in BJD

କଟକ ବିଜେଡିରେ ଜଳ ଜଳ ଦେଖାଯାଉଛି ଗୋଷ୍ଠୀ କନ୍ଦଳ । ବିଜେଡି ଯୁବ ଓ ଛାତ୍ର ଜନତା ଦଳ ତରଫରୁ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଗତକାଲି ଟାଉନ୍‌ ହଲରେ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର । ଏଥିରେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହ କଟକ ନଗର ସଭାପତି ଯୋଗ ଦେଇଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂ ଓ ସିଏମସି କର୍ପୋରେଟରଙ୍କୁ ଦେଖିବାକୁ ମିଳିନଥିଲା । ଯୁବ ଓ ଛାତ୍ର ବିଜେଡି ଗୋଷ୍ଠୀ ଦେବାଶିଷଙ୍କ କ୍ୟାମ୍ପର ହୋଇଥିବାରୁ ସୁବାଷ ଓ ତାଙ୍କ ଗୋଷ୍ଠୀର କର୍ପୋରେଟରଙ୍କୁ ସେଠାକୁ ଡକାଯାଇନଥିଲା ବୋଲି ଚର୍ଚ୍ଚା ହେଉଛି । ତେବେ ସୁବାସ ସିଂ କହିଛନ୍ତି, ଆମକୁ କାର୍ଯ୍ୟକ୍ରମରେ ଡକାଯାଇନଥିଲା, ଏ ବାବଦରେ ଦଳ ନିଷ୍ପତ୍ତି ନେବ। ଯୁବ ଓ ଛାତ୍ର ବିଜେଡି କାହିଁକି ଡାକି ନାହାଁନ୍ତି ସେମାନେ କହିପାରିବେ । ସେପଟେ ବିଜେଡି ଜିଲ୍ଲା ଛାତ୍ର ସଭାପତି କହିଛନ୍ତି ମେୟରଙ୍କୁ ଡାକିଥିଲୁ, କାହିଁକି ଆସିଲେନି ସେ ଜାଣିଥିବେ ।