Advertisment

CM Mohan Majhi:‘ପ୍ରଦୀପ ଭାଇ ! ବିରୋଧୀଙ୍କର ବଦହଜମୀ ଧରିଲାଣି, ହଜମ ଗୁଲିର ବ୍ୟବସ୍ଥା କର’

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳର ନେତାଙ୍କୁ କଟାକ୍ଷ କରି ନାନା କଥା କହିଛନ୍ତି। କହିଛନ୍ତି, ଗତ ସରକାର ଗୋଟେ ଇଭେଣ୍ଟ ମ୍ୟାନେଜମେଣ୍ଟ ସରକାର ଥିଲା। ସେମାନେ ମହିଳାଙ୍କୁ କେବଳ ସ୍ଲୋଗାନ ଭିତରେ ରଖିଥିଲେ। ଆମ ବିକାଶ ଦେଖି ବିରୋଧୀ ହଜମ କରିପାରୁ ନାହାଁନ୍ତି, ତେଣୁ ତାଙ୍କ ପାଇଁ ବଟିକା ବ୍ୟବସ୍ଥା କରାଯାଉ।

author-image
Amaresh Biswal
ଅଦ୍ୟତନ ହୋଇଛି
cm mohan majhi criticizes opposition saying they should be provided indigestion tablets

cm mohan majhi criticizes opposition saying they should be provided indigestion tablets

‘ବିରୋଧୀଙ୍କର ହଜମ ଶକ୍ତି କମିଯାଇଛି। ସେମାନେ ଆମର ବିକାଶ ଦେଖି ସହଜରେ ହଜମି କରିପାରୁ ନାହାଁନ୍ତି। ବଦହଜମୀ ଧରିଗଲାଣି। ତେଣୁ ମୁଁ ଆମ ପ୍ରଦୀପ ଭାଇଙ୍କୁ କହୁଛି, ସେ ଆମ ବିରୋଧୀମାନଙ୍କ ପାଇଁ ହଜମ ବଟିକା ବ୍ୟବସ୍ଥା ଟିକେ କରନ୍ତୁ। ବିରୋଧୀଙ୍କୁ ପ୍ରଦୀପ ଭାଇ ଭଲ କରି ଚିହ୍ନନ୍ତି।’

Advertisment

ଆଜି କୋଟିଏ ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପଠେଇବା ପରେ ନିଜ ଭାଷଣରେ ବିରୋଧୀ ବିଜେଡିକୁ ବଙ୍କେଇ ତେଢ଼େଇ କଟାକ୍ଷ ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଭାର ଆୟୋଜନ ହୋଇଥିଲା ସିଲ୍କ ସିଟି ବ୍ରହ୍ମପୁରରେ। ଯେଉଁଠି ଉପସ୍ଥିତ ଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ବାବୁ, ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଏଇ ସଭାରେ ଘଣ୍ଟି ବଜାଇ ରାଜ୍ୟର ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଟଙ୍କା ପଠାଇଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ସେ ଆରମ୍ଭ କରିଥିଲେ ନିଜର ଅଭିଭାଷଣ। ତାଙ୍କ ଅଭିଭାଷଣକୁ ସମସ୍ତଙ୍କର ଅପେକ୍ଷା ଥିଲା। କାହିଁକି ନା ମୋହନ ତାଙ୍କ ଭାଷଣରେ ନୂଆ ନୂଆ କଥା ତ କହିଥିଲେ, ତା ସହିତ ବିରୋଧୀଙ୍କୁ ଛିଗୁଲେଇ ସମାଲୋଚନା କରିଥିଲେ। ସେ କ'ଣ କଣ କହିଥିଲେ ଆସନ୍ତୁ କିଛି ପଏଣ୍ଟ ପଢ଼ିବା।

Advertisment

୧. ଯେଉଁମାନେ ଆମକୁ ପଚାରୁଛନ୍ତି, ମୋହନ ମାଝୀ ସରକାର ୯ ମାସ ଭିତରେ କ’ଣ କରିଛି, ଏ କଥା ଗତ ୨୪ ବର୍ଷ ସରକାରରେ ଥିବା ଦଳର ନେତା ଆମକୁ ପଚାରୁଛନ୍ତି, ଯେଉଁମାନେ ୨୪ ବର୍ଷ ଧରି ମହିଳା ସଶକ୍ତୀକରଣ ନାଁରେ କେବଳ ସ୍ଲୋଗାନ ଦେଉଥିଲେ।

୨. ମୋହନ ସରକାର କ୍ଷମତାକୁ ଆସିବାର ମାତ୍ର ୨୪ ମିନିଟ୍ ଭିତରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଐତିହାସିକ ନିଷ୍ପତ୍ତି ନେଲେ। ଖୁସିର ବିଷୟ ମାତ୍ର ୩ ମାସ ଭିତରେ ଯୋଜନା ଆରମ୍ଭ କରି ଆଜି ୯ ମାସରେ ୧ କୋଟି ମହିଳାଙ୍କୁ ଏଥିରେ ସାମିଲ୍ କରାଯାଇ ପାରିଛି।

୩. ଗତ ସରକାର ମହିଳାଙ୍କୁ କେବଳ ସ୍ଲୋଗାନ ଭିତରେ ରଖିଥିଲେ। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଏ କଥା ଭଲଭାବେ ଜାଣନ୍ତି। ସେ ସରକାରର କାରନାମା ତାଙ୍କୁ ଜଣା।

୪. ଆମେ ୯ ମାସ ଭିତରେ ଯାହା କରିଛୁ, ବିରୋଧୀ ଦଳର ନେତାମାନେ ଏହାକୁ ଦେଖି ହଜମ କରିପାରୁ ନାହାଁନ୍ତି। ତାଙ୍କ ବିଧାୟକ ସାଂସଦ କାଳେ କହୁଛନ୍ତି, ତାଙ୍କ ସରକାର ବି ସୁଭଦ୍ରା ଭଳି ଯୋଜନାଟିଏ କରି ପାରିଥାନ୍ତା। କାହିଁକି କଲେନାହିଁ।

୫. ମୋହନ ମାଝୀ ସରକାର ମାତ୍ର ୯ ମାସର ଏକ ଶିଶୁ ସରକାର, ସେମାନେ କେମିତି ୧ କୋଟି ମହିଳାଙ୍କୁ ୫ ହଜାର କୋଟି ଟଙ୍କା ଦେଇଦେଲେ। ଇଏ ତାଙ୍କ ଦେହରେ ଆଉ ହଜମ ହେଉନି।

୬. ବିଧାନସଭା ଲବିରେ ବିରୋଧୀ ଦଳର ବିଧାୟକମାନେ କହୁଛନ୍ତି, ନବୀନ ବାବୁ ୨୦୧୬ରେ ଶହେ ଟଙ୍କା ବୋନସ୍ ଦେବେ ବୋଲି କହିଥିଲେ, କିନ୍ତୁ ଦେଇପାରିଲେ ନାହିଁ। ଆଜି କାହିଁକି ମୋହନ ମାଝୀ ସରକାର ଶହେ ଟଙ୍କା ଜାଗାରେ ୮ଶହ ଟଙ୍କା ଦେଇଦେଲେ। ଏମିତି ଚମତ୍କାର କେମିତି ହେଲା।

୭. ଏ କଥାକୁ ନିନ୍ଦୁକମାନେ ମଧ୍ୟ ହଜମ କରିପାରୁ ନାହାଁନ୍ତି। ମୁଁ ପ୍ରଦୀପ ବାବୁଙ୍କୁ କହିବି, ସେମାନଙ୍କୁ ହଜମ ଗୁଲି, ଯେଉଁଟା ବ୍ରହ୍ମପୁରରେ ମିଳେ, ସେଇଟା ବିରୋଧୀ ଦଳ ନେତାମାନଙ୍କୁ ଦେଇଦେଲେ ସେମାନେ ହଜମ କରି ଶାନ୍ତିରେ ରହିବେ।

୮. ମୁଁ ସେମାନଙ୍କୁ କହିବା ପାଇଁ ଚାହେଁ, କେବଳ ସେତିକି ନୁହେଁ, ୨୪ ବର୍ଷ ଭିତରେ ଆପଣ ଯାହା କରିବେ ବୋଲି ଚିନ୍ତା କରିନଥିଲେ, ଆଜି ଆମ ସରକାର ୯ ମାସ ଭିତରେ କରି ଦେଖାଇଛନ୍ତି ।

୯. ଆପଣ ଏବେ ତାଙ୍କ ଆମ ଭିତରେ ତୁଳନା କରନ୍ତୁ। ସେମାନଙ୍କର ୨୪ ବର୍ଷର ଇଭେଣ୍ଟ ମ୍ୟାନେଜମେଣ୍ଟ ସରକାର ଥିଲା। ଆଉ ଆମର ୯ ମାସର ଲୋକଙ୍କର ସରକାର।

Odisha News Odisha Latest News Odisha Government Subhadra Mohan Majhi Pravati Parida Chief Minister Mohan Majhi Deputy Chief Minister Pravati Parida
Advertisment
Advertisment