Advertisment

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ, ସମାଲୋଚନା କଲେ ଜୟନାରାୟଣ

ମୁମ୍ବାଇ ଇନଭେଷ୍ଟର୍ସ ମିଟ୍‌କୁ ନେଇ ବିଜେପିର ସମାଲୋଚନା । ଓଡିଶାବାସୀଙ୍କୁ ଭକୁଆ ବନାଉଛନ୍ତି ରାଜ୍ୟ ସରକାର ବୋଲି କହିଲେ ଜୟନାରାୟଣ ।

ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

Advertisment

ମୁମ୍ବାଇ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗଦେବା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମ୍ବେ ଷ୍ଟକ୍ ଏକ୍ସଚେଂଜର ବେଲ୍ ବଜାଇଛନ୍ତି । ବିଏସ୍ଇ ଅଧ୍ୟକ୍ଷ ଏସ୍.ଏସ୍. ମୁନ୍ଦ୍ରାଙ୍କ ଉପସ୍ଥିତିରେ ଦିନ ଠିକ୍ ୧୧ଟାରେ ବିଏସ୍ଇ ବେଲ୍ ବଜାଇଥିଲେ ନବୀନ । ବମ୍ବେ ଷ୍ଟକ୍ ଏକ୍ସଚେଂଜର ବେଲ୍ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ ଓଡ଼ିଆ। ଏଥିପାଇଁ ବିଏସ୍ଇ ପକ୍ଷରୁ ନବୀନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

Advertisment

ତେବେ ମୁମ୍ବାଇ ଇନଭେଷ୍ଟର୍ସ ମିଟ୍‌କୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଟ୍ୱିଟ୍ କରି ଜୟନାରାୟଣ ପ୍ରଶ୍ନ କହିିଛନ୍ତି, ପୂର୍ବରୁ ଯେଉଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହୋଇଛି, ସେଥିରୁ ଯାହା ସବୁ ପ୍ରତିଶ୍ରୁତି ମିଳିଥିଲା ସେହି ପ୍ରତିଶ୍ରୁତିର ବିଶ୍ଲେଷଣ ରାଜ୍ୟ ସରକାର କରିଛନ୍ତି କି ? ପ୍ରେସବାର୍ତ୍ତା ଜରିଆରେ ମିଛ ଲେଖି ଓଡିଶାବାସୀଙ୍କୁ ଭକୁଆ ବନାଯାଉଥିବା ଜୟନାରାୟଣ ଟ୍ୱିଟ୍ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ପୂର୍ବରୁ ରାଜ୍ୟ ସରକାର ଦୁଇ ଶହ, ତିନି ଶହ ଏମଓୟୁ କରିଛନ୍ତି, ସେସବୁ କୁଆଡେ ଗଲା ।

CM Naveen Patnaik Odisha Politics Jayanarayan Mishra Bisweswar Tudu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ