New ADM for Padampur
ବରଗଡ଼ ଜିଲ୍ଲା ପଦ୍ମପୁର ଲାଗି ନୂଆ ADM ପଦବୀକୁ ମଂଜୁରୀ। ନୂଆ ADM ବା ଅତିରିକ୍ତ ଜିଲ୍ଲାପାଳ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଭନ କୁନାଲ ମୋତିରାମଙ୍କୁ ପଦ୍ମପୁରର ପ୍ରଥମ ADM ଭାବେ ନିଯୁକ୍ତ କରାଯାଇଛି। ୨୦୨୦ ବ୍ୟାଚ୍ IAS ଅଫିସର ଚଭନ କୁନାଲ ଏବେ ବାଲେଶ୍ୱରର ଉପଜିଲ୍ଲାପାଳ ଅଛନ୍ତି। ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦ୍ୱାରା ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ଲୋକଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର।
ସୂଚନାଯୋଗ୍ୟ ଯେ, ଉପନିର୍ବାଚନବେଳେ ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ହାଇକୋର୍ଟଙ୍କ ବିନା ଅନୁମିତରେ ନୂଆ ଜିଲ୍ଲା ଗଠନ ହୋଇପାରିବ ନାହିଁ ବୋଲି ରାୟ ଆସିବା ପରେ, ରାଜ୍ୟ ସରକାରଙ୍କୁ ଜୋରଦାର ଝଟକା ଲାଗିଛି। ତେଣୁ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି, ରାଜ୍ୟର ହାତଗଣତି ଉପଖଣ୍ଡ ଭଳି ପଦ୍ମପୁର ପାଇଁ ମଧ୍ୟ ସରକାର ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍ ପଦବୀକୁ ମଞ୍ଜୁରୀ ଦେଇଥିବା ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703870684.jpg)