Biswa bhusan Harichandan
ତୋଷାମଦକାରୀ ନ ହୋଇ ମାଆ ମାଟି ଓ ମଣିଷ ପାଇଁ ଲଢେଇ କରିବାକୁ ଓଡ଼ିଶାର ଲୋକମାନଙ୍କୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆହ୍ୱାନ । ଓଡ଼ିଆ ଏକ ଗର୍ବୋତ୍ ଫୁଲ୍ଲ ଜାତି,ଏହାର ସାମରିକ ପରମ୍ପରା ରହିଛି । ଏ ଜାତି କାହା ପାଖରେ ହାତ ନ ପତାଉ, ଏହା ମୋର ଆହ୍ୱାନ ବୋଲି କହିଛନ୍ତି ବିଶ୍ୱଭୂଷଣ । ତୋଷାମଦ କରି ଆଜି ପର୍ଯ୍ୟନ୍ତ କୌଣସି ଜାତି ବଡ଼ ହୋଇନି।
ସମ୍ବଲପୁର କୁଦୋପାଲି ଗାଁରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ସେ ଏହା କହିଛନ୍ତି । ସେହିପରି ସହିଦ୍ ସ୍ୱାଧିନତା ସଂଗ୍ରାମୀଙ୍କ ସମ୍ପର୍କରେ ଗବେଷଣା ହୋଇ ପୁସ୍ତକ ହେବ । ସମ୍ବଲପୁର କୁଦୋପାଲି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ଏଭଳି ସୂଚନା। ୫୭ ସହିଦ୍ ସଂଗ୍ରାମୀଙ୍କ ବିଷୟରେ ଗବେଷଣା ହୋଇ ପୁସ୍ତକ ପ୍ରକାଶ ହେବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ ପକ୍ଷରୁ ଗବେଷଣା କରାଯିବ । ସ୍ୱାଧିନତା ସଂଗ୍ରାମର ଅଜଣା ନାୟକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଅଜଣା ନାୟକଙ୍କୁ ଖୋଜି ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703946822.jpg)