ମହର୍ଷି କଲେଜରେ ତାତିଲା ଛାତ୍ର କଂଗ୍ରେସ; ଚିରିଲା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର, ଲଗାଇଲା ମହାପୁରୁଷଙ୍କ ଫଟୋ

ଭୁବନେଶ୍ୱର ମହର୍ଷି କଲେଜ କ୍ୟାମ୍ପସରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦାହ କରିଛି ।

ଚିରିଲେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଇଲେ ମହାପୁରୁଷଙ୍କ ଫଟୋ

କଲେଜ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷଙ୍କ ପୋଷ୍ଟର ଲଗାଇଲା ଛାତ୍ର କଂଗ୍ରେସ । ଶୈଖିକ ବାତାବରଣରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ଶାସକ ଦଳ, ଦଳୀୟ କାର୍ଯ୍ୟାଳୟରେ ପରିଣତ କରିଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

ଭୁବନେଶ୍ୱର ମହର୍ଷି କଲେଜ କ୍ୟାମ୍ପସରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦାହ କରିଛି । ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ନହେବା, ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା, କ୍ୟାମ୍ପସ ବାତାବରଣ ନଷ୍ଟ କରିବା ବେଳେ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛି କଂଗ୍ରେସ ।

ଏଭଳି କ୍ଷେତ୍ରରେ କଲେଜ କ୍ୟାମ୍ପସରେ ମହାପୁରୁଷଙ୍କ ବଦଳରେ କାହିଁକି ଦଳୀୟ ଫଟୋ ଲଗାଯିବ ସେନେଇ କଂଗ୍ରେସ ପ୍ରତିବାଦ କରିଛି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ବିବର୍ତ୍ତନ ପଣ୍ଡା ।