• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନକୁ ଘେରିଲା ଛାତ୍ର କଂଗ୍ରେସ । ପନିପରିବା ଦାମ୍‌ ବୃଦ୍ଧିର ପ୍ରତିବାଦ କରି ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ବେକରେ ପରିବା ମାଳ ପକାଇ ଓ ପରିବା ଫିଙ୍ଗି ପ୍ରତିବାଦ ମଧ୍ୟ କରିଛନ୍ତି । ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ, ଭେଣ୍ଡି ମଧ୍ୟ ଫିଙ୍ଗିଛନ୍ତି କଂଗ୍ରେସ କର୍ମୀ । ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।

ଛାତ୍ର କଂଗ୍ରେସ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀ ଅତନୁ ନାୟକଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ । ସେମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ । ଛାତ୍ର କଂଗ୍ରେସର ଅନେକ ସଦସ୍ୟ ଲଙ୍କା, ଅଦା, ଟମାଟୋ ଓ ଭେଣ୍ଡିରେ ତିଆରି ମାଳ ପିନ୍ଧିଥିଲେ । ମନ୍ତ୍ରୀଙ୍କ ଘରକୁ ଟମାଟୋ ଓ ଭେଣ୍ଡି ମାଡ଼ କରିଥିଲେ।

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି, ପନିପରିବା ଦରଦାମ ଏତେ ବଢ଼ି ଗଲାଣି, ତଥାପି ମନ୍ତ୍ରୀଙ୍କ ମୁହଁରୁ ପଦୁଟିଏ ବାହାରୁ ନାହିଁ । ଲୋକେ ହନ୍ତସନ୍ତ ହେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଦାୟୀ । ସେମାନଙ୍କ ଭୁଲ ନୀତି ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ରାଜ୍ୟରେ ପ୍ରତ୍ୟେକ ବ୍ଳକରେ ଶୀତଳ ଭଣ୍ଡାର ଖୋଲାଯାଉ । ଯେଉଁ ଶୀତଳ ଭଣ୍ଡାର ଗୁଡ଼ିକ ବନ୍ଦ ହୋଇ ପଡ଼ିଛି, ସେଗୁଡ଼ିକୁ ଖୋଲାଯାଉ। ଆମ ରାଜ୍ୟ କୃଷି ପ୍ରଧାନ ରାଜ୍ୟ । କିନ୍ତୁ ଏଠାରେ ୧୩ଟି ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ। ଚାଷୀମାନେ ନିଜ ଉତ୍ପାଦକୁ ସଂରକ୍ଷଣ କରି ରଖି ପାରୁନାହାନ୍ତି ।

  • Reported by:
  • BIBARTAN PANDA