Advertisment

ଆଜି ଶପଥ ନେବେ ଚମ୍ପଇ, ଆସନ୍ତା ୧୦ ଦିନରେ ପ୍ରମାଣ କରିବେ ବହୁମତ

ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ଜଣାଇଥିଲେ।

ଅଦ୍ୟତନ ହୋଇଛି
Champai Soren to take oath as Jharkhand CM

Champai Soren to take oath

Advertisment

ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ୍ ନେତା ଚମ୍ପଇ ସୋରେନ। ରାଜନୈତିକ ସଙ୍କଟ ଭିତରେ ଚମ୍ପଇଙ୍କୁ ସରକାର ଗଢ଼ିବା ଲାଗି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ ଆମନ୍ତ୍ରଣ କରିଛନ୍ତି। ଆଜି ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ୧୦ ଦିନ ଭିତରେ ଚମ୍ପଇଙ୍କୁ ବହୁମତ ପ୍ରମାଣ କରିବାକୁ ପଡ଼ିବ।

Advertisment

ଝାଡ଼ଖଣ୍ଡରେ ରିସୋର୍ଟ ପଲିଟିକ୍ସ ସାମ୍ନାକୁ ଆସିଛି। ଘୋଡ଼ାବେପାର ଆଶଙ୍କାରେ ମହାଗଠବନ୍ଧନର ବିଧାୟକମାନଙ୍କୁ ରାଞ୍ଚିରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଉଥିଲା। ରାଜ୍ୟପାଳଙ୍କୁ ଚମ୍ପଇ ସୋରେନ ଭେଟିବା ପରେ ବିଧାୟକମାନେ ରାଞ୍ଚି ବିମାନବନ୍ଦରରେ ଏକାଠି ହୋଇଥିଲେ। ମେଣ୍ଟ ତା’ର ବିଧାୟକମାନଙ୍କୁ ଝାଡଖଣ୍ଡ ବାହାରକୁ ପଠାଇବାକୁ ଯୋଜନା କରୁଥିବାବେଳେ ପାଗ ସାଜିଥିଲା ବାଧକ। ‘ଲୋ ଭିଜିବିଲିଟି’ ପାଇଁ ବିମାନଟି ରାଞ୍ଚି ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରି ପାରିନଥିଲା। ପରେ ବିଧାୟକମାନେ ସର୍କିଟ ହାଉସରେ ରହିଛନ୍ତି। ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ସେ ରାଜ୍ୟପାଳଙ୍କୁ ଜଣାଇଥିଲେ। ତେବେ ବିଜେପି ମଧ୍ୟ ଆଜି ନିଜର ବିଧାୟକ ଦଳ ବୈଠକ ଡାକିଛି।

ଏପଟେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଜି ରିମାଣ୍ଡ ଶୁଣାଣି ରହିଛି। ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଛି। ତେବେ କେତେଦିନ ପାଇଁ ରିମାଣ୍ଡ ମିଳୁଛି ଆଜି ତାହା ଜଣାପଡିବ। ହେମନ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଛାନଭିନ ଚଳାଇବ ଇଡି। ଗିରଫ ପରେ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଗିରଫଦାରିକୁ ଚ୍ୟାଲେଂଜ କରି ହେମନ୍ତ ଆବେଦନ କରିଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏହାର ଶୁଣାଣି ରହିଛି।

Advertisment
Jharkhand CM Oath Taking Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ