Advertisment

୩ ଦିନରେ ୩ କେନ୍ଦ୍ରମନ୍ତ୍ରୀଙ୍କ ଆଟାକ୍‌ ! ଆଟାକିଂ ମୁଡ୍‌କୁ ଆସିଗଲା କି କେନ୍ଦ୍ର ବିଜେପି ?

କେନ୍ଦ୍ରକୁ ରାଜ୍ୟର ଅସହଯୋଗ ନେଇ ଅସନ୍ତୋଷ ଝାଡିଲେ କେନ୍ଦ୍ରମନ୍ତ୍ରୀ । ୫ ରାଜ୍ୟର ଫଳାଫଳ ପରେ ସ୍ବର ଆହୁରି ଶାଣିତ ହେବା ଅନୁମାନ ।

Odisha Politics

Odisha Politics

Advertisment

ତିନି ଦିନରେ ତିନି କେନ୍ଦ୍ରମନ୍ତ୍ରୀ। ବିଜେଡି ସରକାରକୁ ଘନଘନ ଟାର୍ଗେଟ। କେନ୍ଦ୍ରକୁ ରାଜ୍ୟର ଅସହଯୋଗ ନେଇ ଝାଡିଲେ ଅସନ୍ତୋଷ। ଶ୍ରୀପଦ ନାୟକ, ଦର୍ଶନା ଯାରଦୋଷଙ୍କ ପରେ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ରକୁ ସହଯୋଗ କରୁନାହାନ୍ତି।

Advertisment

ଆଜି ଯାଏଁ ଓଡ଼ିଶା ପାଇଁ କୌଣସି ପ୍ରସ୍ତାବ ଦେଇନାହାନ୍ତି କି ରାଜ୍ୟ ସରକାରଙ୍କ ମନ୍ତ୍ରୀ କିମ୍ବା ଅଧିକାରୀ ଆଲୋଚନା କରିନାହାନ୍ତି। କେବଳ କେନ୍ଦ୍ରୀୟ ଯୋଜନାଗୁଡିକରେ ନାମ ପରିବର୍ତ୍ତନ କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଆସନ୍ତା ୩ରୁ ୪ ମାସ ଭିତରେ ନୂଆ ପ୍ରସ୍ତାବ ଦେବାକୁ ରାଜ୍ୟ ସରକାରଙ୍କୁ ଅପିଲ୍ କରିଛନ୍ତି ଟୁଡୁ। ଜବାବରେ ବିଜେଡି କହିଛି ରାଜ୍ୟ ସରକାର ସହଯୋଗ କରିଛନ୍ତି। କିନ୍ତୁ ନିର୍ବାଚନ ମୁଡ୍ ଯୋଗୁ ରାଜନୈତିକ ବୟାନବାଜି କରୁଛନ୍ତି କେନ୍ଦ୍ରମନ୍ତ୍ରୀ।

ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ପାରାଦୀପ ବନ୍ଦରକୁ ଏକ ନମ୍ବର କରିବାରେ ରାଜ୍ୟ ସରକାର ବାଧକ ସାଜିଥିବା ଅଭିଯୋଗ ଆଣିଥିଲେ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ। ସେହିପରି ବୁଧବାର ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଯାରଦୋଷ । କହିଥିଲେ ରାଜ୍ୟ ସରକାର ପ୍ରସ୍ତାବ ନଦେବାରୁ ମେଗା ଟେକ୍ସଟାଇଲ ପାର୍କରୁ ବଞ୍ଚିତ ହେଲା ଓଡିଶା। ଆଉ ଆଜି ବିଶ୍ବେଶ୍ବର ଟୁଡୁଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ପ୍ରଶ୍ନ ଉଠୁଛି ବଦଳୁଛି କି ପଦ୍ମ କ୍ୟାଂପର ଷ୍ଟ୍ରାଟେଜି ? ଆଟାକିଂ ମୁଡ୍କୁ ଆସିଲେଣି କି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ? 

Advertisment

ଶାହ-ନବୀନ ଭେଟ୍ଘାଟ ପରଠୁ ଖାଲି ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବିଜେଡି-ବିଜେପି ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ବିଜେପି କେନ୍ଦ୍ରୀୟ ନେତାମାନଙ୍କର ଏମିତି ଶାଣିତ ଆକ୍ରମଣ ରାଜ୍ୟ ରାଜନୀତିରେ ହଲ୍‌ଚଲ୍ ସୃଷ୍ଟି କରିଛି। ହେଲେ ଦେଖିବାର କଥା ହେଉଛି ଡିସେମ୍ବର ୩ ପରେ ଅର୍ଥାତ ପାଞ୍ଚ ରାଜ୍ୟର ଫଳାଫଳ ଆସିବା ପରେ ବିଜେପିର ଆଭିମୁଖ୍ୟ ଉପରେ କଣ ପ୍ରଭାବ ପକାଉଛି।

Congress BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ