Advertisment

ନିର୍ବାଚନ ପାଇଁ କସରତ ଜୋରଦାର ! ଭୋଟର୍ ଲିଷ୍ଟ ରିଭିଜନ୍-ଆଇନ ଶୃଙ୍ଖଳା-EVM ଚେକିଂକୁ ଫୋକସ୍

ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଦ୍ୱନ୍ଦ୍ୱ । ବଢୁଥିବା ଦ୍ୱନ୍ଦ୍ୱକୁ ନେଇ ତେଜିଲା ରାଜନୈତିକ ବୟାନବାଜି ।

undefined

Election Commission

Advertisment

ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ କେମିତି ଚାଲିଛି ପ୍ରସ୍ତୁତି ? ଇଭିଏମ୍, ଭିଭିପ୍ୟାଟ୍ ସବୁ ଜିଲ୍ଲାରେ କେବେ ସୁଦ୍ଧା ପହଞ୍ଚିବ ? ଭୋଟର ଲିଷ୍ଟ ପ୍ରସ୍ତୁତି କେମିତି ଚାଲିଛି ? କେତେ ନୂଆ ଭୋଟର ସାମିଲ ହୋଇଛନ୍ତି ? ଏସବୁକୁ ନେଇ ଆସନ୍ତାକାଲି ସମୀକ୍ଷା କରିବେ କେନ୍ଦ୍ର ନିର୍ବାଚନ ଆୟୋଗର ଟିମ୍ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ଆୟୋଗର ଏହି ସ୍ପେଶାଲ ଟିମ୍।

Advertisment

ଓଡ଼ିଶା ଆସିବା ପୂର୍ବରୁ ଏହି ଟିମ୍ ପଶ୍ଚିମ ବଙ୍ଗ ଯାଇ ସେଠାକାର ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲିର ବୈଠକରେ ଦଳ ଭୋଟର୍ ଲିଷ୍ଟର ସମରି ରିଭିଜନ୍, ଆଇନ ଶୃଙ୍ଖଳା ପରିସ୍ଥିତି, ସମ୍ବେଦଶୀଳ ବୁଥ୍, ଇଭିଏମ୍, ଭିଭିପାଟ୍ ଚେକିଂ ଆଦି ବିଷୟରେ ଆଲୋଚନା ହେବ । ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ୧୪ ତାରିଖରେ ଡ୍ରାଫଟ୍ ଭୋଟର ଲିଷ୍ଟ ଓ ୫ ଜାନୁଆରୀ ୨୦୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।

ସେପଟେ ସବୁ ଜିଲ୍ଲାରେ ଇଭିଏମ୍ ପହଚିଂସାରିଛି । ତେବେ ଭିଭିପାଟ୍ ମାତ୍ର ୯ଟି ଜିଲ୍ଲାରେ ପହଞ୍ଚିଛି । ଇଭିଏମ୍, ଭିଭିପାଟ୍‌ର ପ୍ରଥମ ପର୍ଯ୍ୟାୟ ଚେକିଂ ଅକ୍ଟୋବର ୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ଚେକିଂ ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ଚାଲିବ। ସେପଟେ ଏହିବୈଠକ ପୂର୍ବରୁ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ନିର୍ବାଚନ ନେଇ ପ୍ରସ୍ତୁତି କରିଛନ୍ତି ।

Advertisment

ସେପଟେ ଭୋଟ୍ ଆଗୁଆ ହେବ ନା ନିର୍ଦ୍ଧାରିତ ସମୟରେ ହେବ ତାକୁ ନେଇ ବଢିଛି ଦ୍ୱନ୍ଦ୍ୱ । ରାଜ୍ୟରେ ଆଗୁଆ ନିର୍ବାଚନ ଓ କେନ୍ଦ୍ରରେ ୱାନ୍ ନେସନ୍, ୱାନ୍ ଇଲକେସନ୍ ପ୍ରସଙ୍ଗରେ ଚର୍ଚ୍ଚା ହେଉଛି। ଏଭଳି ସସପେନ୍ସ ଭିତରେ କୌଣସି ରାଜନୈତିକ ଦଳ ରିସ୍କ ନନେଇ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ନିର୍ବାଚନ ଯେତେବେଳେ ହେଲେ ବି ପ୍ରସ୍ତୁତ ଥିବା ସମସ୍ତେ କହିଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟକୁ ରାଜ୍ୟ ବୁଲି ନିର୍ବାଚନ କମିଶନ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଆୟୋଗର ଏଭଳି ପୂର୍ବ ପ୍ରସ୍ତୁତି କଣ ସଙ୍କେତ ଦେଉଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Advertisment

BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ