Advertisment

ବ୍ରହ୍ମପୁର ମେୟର ପଦ ଲାଗି ବଢୁଛି ଉତ୍କଣ୍ଠା

ଏଥର ମେୟର ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ କେଉଁ ଯୋଗ୍ୟ ମହିଳାଙ୍କୁ ମିଳିବ ଟିକଟ୍ ତାକୁ ନେଇ ବଢିଛି ଉତ୍କଣ୍ଠା।

undefined

Municipal Election

Advertisment

କିଏ କର୍ପୋରେଟର ତ କିଏ ମେୟର ପ୍ରାର୍ଥୀ ହେବାକୁ କିଣୁଛନ୍ତି ଫର୍ମ। ଇଏ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଦୃଶ୍ୟ। ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସହରର ୬୭ଟି ଓ୍ୱାର୍ଡ ପାଇଁ ନୋମିନେସନ ଫର୍ମ ବିକ୍ରି ଆରମ୍ଭ ହୋଇଛି। ସେମିତି କଟକ ସହ ବ୍ରହ୍ମପୁର ମହାଗନଗର ନିଗମରେ ବି ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ ଫର୍ମ କିଣିବାକୁ ଲାଗିଥିଲା ଆଶାୟୀ ପ୍ରାର୍ଥୀଙ୍କ ଭି଼ଡ଼।  ୭ ତାରିଖରେ ନୋମିନେସନ ପ୍ରକ୍ରିୟା ସରିବା ପରେ ୯ରେ ଯାଞ୍ଚ ଓ ୧୪ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ  ଏଥର ପ୍ରାର୍ଥୀମାନେ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା, ସଂପତ୍ତି ତାଲିକା ଓ ଅପରାଧିକ ମାମଲାର ବିବରଣୀ ଦେବାକୁ ବାଧ୍ୟ। ତେଣେ ନିର୍ବାଚନ ପ୍ରକ୍ରିୟା ପରିଚାଳନା ପାଇଁ ସବୁଠି ଦାୟିତ୍ୱରେ ଥିବା ଅଧିକାରୀ ବି ଚଳାଇଛନ୍ତି କସରତ।

Advertisment

ଏଥର ଭୁବନେଶ୍ୱର ମେୟର ପ୍ରାର୍ଥୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୫୦ ପ୍ରତିଶତ କର୍ପୋରେଟର ପଦବୀ ବି ମହିଳାଙ୍କ ପାଇଁ ସଂରକ୍ଷିତ। ତେଣୁ ସବୁ ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ। ସେମିତି କଟକ ମହାନଗର ନିଗମ ହେଉ କି ବ୍ରହ୍ମପୁର ସବୁଠି କର୍ପୋରେଟର ପଦବୀ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ସହ ସ୍ୱାଧୀନ ଅଶାୟୀ ପ୍ରାର୍ଥୀ ବି ମାଳ ମାଳ ଅଛନ୍ତି। କିଏ କର୍ପୋରେଟର ହୋଇ ନିଜ ଅଞ୍ଚଳର ବିକାଶ କରିବାକୁ ଚାହୁଁଛି ତ କିଏ ମେୟର ହୋଇ ନିଜ ସହରକୁ ୧ନମ୍ବର କରିବାକୁ ଇଚ୍ଛା ରଖିଛି। ସେପଟେ ଆଜି ନାମାଙ୍କନ ଦାଖଲର ପ୍ରଥମ ଦିନରେ କଟକ ମେୟର ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ପୂର୍ବତନ କର୍ପୋରେଟର ଗିରିବାଳା ବେହେରାଙ୍କୁ ଏଥର ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିଛି ଦଳ।

ଭୁବନେଶ୍ୱର ଭଳି ବ୍ରହ୍ମପୁରରେ ବି ଏଥର ମେୟର ପଦରେ ବସିବେ ମହିଳା। ତେଣୁ ଚର୍ଚ୍ଚା କିଏ ହେବେ? କେଉଁ ଦଳରୁ ହେବେ ପ୍ରାର୍ଥୀ? ବିଜେପି, ବିଜେଡି ଓ କଂଗ୍ରେସରେ ମାଳ ମାଳ ଆଶୟୀ ଥିବାରୁ ବଢିଛି ଟେନସନ୍। ତାସହ ଏଥର ମେୟର ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ କେଉଁ ଯୋଗ୍ୟ ମହିଳାଙ୍କୁ ମିଳିବ ଟିକଟ୍ ତାକୁ ନେଇ ବଢିଛି ଉତ୍କଣ୍ଠା। ବ୍ରହ୍ମପୁରର ଜଣେ ଜଣାଶୁଣା ମହିଳା ପ୍ରଶାସନିକ ଅଧିକାରୀଙ୍କୁ ଏଥର ବିଜେଡି ଚୟନ କରିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଜିଲ୍ଲା ସଭାପତି କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ସୁପ୍ରିମୋ ନେବେ ବୋଲି କହିଛନ୍ତି।

Advertisment

ସେପଟେ ବିଜେପି କହିଛି ସହରବାସୀଙ୍କ ବିଶ୍ୱାସଭାଜନ ହେବା ଭଳି ଜଣେ ଦକ୍ଷ ନେତ୍ରୀଙ୍କୁ ଏଥର ମଇଦାନକୁ ଓହ୍ଲାଇବ ଦଳ। କଂଗ୍ରେସ କିନ୍ତୁ ପ୍ରାର୍ଥୀ ଚୟନ ନେଇ ଚୁପ୍ ଥିବାବେଳେ ଆଶାୟୀ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବି କିଛି କମ୍ ନୁହେଁ।

ରିପୋର୍ଟ: ଅର୍ଚ୍ଚନା ଶତପଥୀ, ପ୍ରଭାତ ବିଷୋୟୀ ଓ ଜଗନ୍ନାଥ ସାହୁ

Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ