Advertisment

ରାଜ୍ୟସଭା ଉପନିର୍ବାଚନ: ଆଜି ହୋଇପାରେ ପ୍ରାର୍ଥୀ ଘୋଷଣା

ଓଡ଼ିଶାରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବ।

Rajya sabha election

Rajya sabha election

Advertisment

ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା ହୋଇପାରେ। ଶାସକ ବିଜୁ ଜନତା ଦଳ ସମସ୍ତ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ। 
ଦଳର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାବେଳେ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୌର ନିର୍ବାଚନରେ କଟକର ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ରାଜ୍ୟସଭା ପଦ ଛାଡ଼ିଥିଲେ।

Advertisment

ଏଣୁ ଓଡ଼ିଶାରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବ। ଏଥିଲାଗି ଗତ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାସହ ନାମାଙ୍କନ ଦାଖଲ ସମୟ ଆରମ୍ଭ ହୋଇଥିଲା। ତେବେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେଡି ଭିନ୍ନ କୌଣସି ଦଳ ଏ ଯାଏ ପ୍ରାର୍ଥୀ ଚୟନ କରିନାହାନ୍ତି।

ନାମାଙ୍କନ ଦାଖଲ ସମୟ ଅବଧି ଜୁନ୍ ୨ ଯାଏ ଅଛି। ହେଲେ ତା ପୂର୍ବରୁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିପାରେ। ଆବଶ୍ୟକ ସ୍ଥଳେ ଜୁନ୍ ୧୩ ତାରିଖରେ ଭୋଟିଂ ହେବ। ୩ ତାରିଖରେ ହେବ ଭୋଟିଂ।  ଏହା ଆଗରୁ ୩ଟି ରାଜ୍ୟସଭା ଆସନରେ ଭୋଟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Advertisment
Rajya Sabha Election Odisha Rajya Sabha Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ