Advertisment

ଗାମୁଛା ପତାଇ ଭିକ ସହ ଭୋଟ ମାଗିଲେ ସମିତି ସଭ୍ୟ ପ୍ରାର୍ଥୀ

ଭୋଟ ସହିତ ନୋଟ୍‌ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ।

ଅଦ୍ୟତନ ହୋଇଛି
Begging For Vote

Begging For Vote

Advertisment

ବରଗଡ଼(ଦୀପକ ଶର୍ମା): ବର୍ତ୍ତମାନ ତ୍ରୀସ୍ତରୀୟ ନିର୍ବାଚନ ଚାଲିଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ପ୍ରାର୍ଥୀମାନେ ବିଭିନ୍ନ ଫଣ୍ଡା ଆପଣାଉଛନ୍ତି। କେଉଁଠି ଭୋଜି ଭାତ ଆସର ତ ଆଉ କେଉଁଠି ଟଙ୍କା ବାଣ୍ଟୁଛି ପ୍ରାର୍ଥୀ। ଏପରିକି ଅନେକ ପ୍ରାର୍ଥୀ ବିଭିନ୍ନ ମନଲୋଭା ସାମଗ୍ରୀ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି। ମାତ୍ର ପ୍ରାର୍ଥୀଙ୍କୁ ଟଙ୍କା ଚାଉଳ ଦେଇ ଭୋଟରମାନେ ସାହାଯ୍ୟ କରୁଥିବା ଏଭଳି ଦୃଶ୍ୟ ଆପଣଙ୍କୁ ଚକିତ କରୁଥିବା। ଘଟଣାଟି ସତ, ଏପରି ଦୃଶ୍ୟ ଦେଖବାକୁ ମିଳିଛି ବରଗଡ଼ ବ୍ଳକ ଗାଇସୀମା ପଞ୍ଚାୟତରେ।

Advertisment

ଗାଇସୀମା ପଞ୍ଚାୟତରେ ଅରୁଣ କୁମ୍ଭାର ନାମକ ଜଣେ ଯୁବକ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଚାର ବେଳେ ଘରକୁ ଘର ବୁଲି ଭିକ ମାଗୁଛନ୍ତି। ଆଉ ନାରା ଦେଉଛନ୍ତି- ଭୋଟ ସହିତ ନୋଟ୍‌ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ। ପାଖରେ ଅର୍ଥ ନଥିବାରୁ ପୋଷ୍ଟର ଓ ବ୍ୟାନ୍‌ର ତିଆରି କରିବା ପାଇଁ ପ୍ରାର୍ଥୀ ଭିକ ମାଗୁଥିବା ଚର୍ଚ୍ଚା ହେଉଛି। ତାଙ୍କୁ ଗାଇସିମା ଗ୍ରାମବାସୀମାନେ ଛିଡ଼ା କରାଇଥିବା ଜଣାପଡିଛି । ତାଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଗାମୁଛା ପତାଇ ଭୋଟ ଭିକ୍ଷା ସହ ନୋଟ ଭିକ୍ଷା କରୁଛନ୍ତି।

ଗ୍ରାମବାସୀମାନେ ମଧ୍ୟ ଟଙ୍କା ପଇସା ଚାଉଳ ଦାନ କରୁଛନ୍ତି । ଗାଁ କୁ ଗାଁ ବୁଲି ଏପରି ପ୍ରଚାର ଚଳାଇଛନ୍ତି। ଏହି ଗାଇସୀମା ପଞ୍ଚାୟତରେ ରାସ୍ତା, ପାନୀୟ ଜଳ ଶିକ୍ଷା, ସ୍ଵାସ୍ଥ୍ୟ ପରି ଅନେକ ସମସ୍ୟା ରହିଛି। ପୂର୍ବରୁ ଅନେକ ଜନପ୍ରତିନିଧି ଏହି ସମସ୍ୟା ଦୂର କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ପ୍ରାର୍ଥୀ ଜଣକ ବିଜୟୀ ହେଲେ ଏ ସବୁ ସମସ୍ୟା ସମାଧାନ କରି ପାରିବେ ବୋଲି ଆଶା ବାନ୍ଧିଛନ୍ତି। ଏହାସହ ତାଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ମୁକ୍ତ ହସ୍ତରେ ଗ୍ରାମବାସୀମାନେ ଦାନ କରିଛନ୍ତି। ଗ୍ରାମବାସୀଙ୍କ ଚାନ୍ଦା ଟଙ୍କାରୁ ବ୍ୟାନର ପୋଷ୍ଟର ଛପାଯାଇ ଲଗାଯାଇଛି। ଗ୍ରାମବାସୀମାନେ ତାଙ୍କ ପାଇଁ ଭୋଟ ପ୍ରଚାର କରୁଛନ୍ତି। ଆସନ୍ତା ୨୪ ତାରିଖ ବରଗଡ଼ ବ୍ଳକ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଭୋଟ ପରେ ହିଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ