Advertisment

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ, ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା

୧୩ ରାଜ୍ୟର ୧୨ ଶହ ୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।

ଅଦ୍ୟତନ ହୋଇଛି
2nd Phase voting tomorrow

Politics

Advertisment

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍ ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ଆସନ୍ତାକାଲି ୧୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍।

Advertisment

ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟି, କେରଳର ୨୦, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ହେବ ମତଦାନ। ଏହି ୧୩ଟି ରାଜ୍ୟର ମତଦାତା ୧୨ ଶହ ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ଭଳି ବହୁ ହେଭିୱେଟ୍।

ଅଧିକ ପଢ଼ନ୍ତୁ: ରାଜନୀତି ଏମିତି ବି ହୋଇପାରେ ! ଭୋଟ ପାଇଁ ମୈଦାନରେ ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ

Advertisment

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ରାଜ୍ୟରେ ସୁରକ୍ଷା ବଢ଼ାଇ ଦିଆଯିବା ସହ ମାଓ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଫୋକସରେ ରଖାଯାଇଛି। ନିର୍ବାଚନ ପାଇଁ ପୋଲିଂ କର୍ମଚାରୀ ମାନେ ପୋଲିଂ ଷ୍ଟେସନ ପହଞ୍ଚିବା ଆରମ୍ଭ କରିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବା ପୂର୍ବରୁ ବିଜେପି ଲୋକସଭାରେ ଖାତା ଖୋଲି ସାରିଛି । ବିନା ନିର୍ବାଚନରେ ସଂସଦକୁ ନିର୍ବାଚିତ ହୋଇଛନ୍ତି ଗୁଜରାଟ ସୁରତର ବିଜେପି ପ୍ରାର୍ଥୀ ମୁକେଶ ଦଲାଲ । ନିର୍ଦ୍ୱନ୍ଦ୍ୱରେ ସେ ସୁରତ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଏଠାରେ ନିଲେଶ କୁମ୍ଭାନିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ନାମାଙ୍କନ ଯାଞ୍ଚ ବେଳେ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ ହୋଇଥିଲା। ପରେ ମୁକେଶ ଦଲାଲଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସମସ୍ତ ପ୍ରତିଦ୍ୱନ୍ଦୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ। ତେଣୁ ମୁକେଶ ଏକମାତ୍ର ପ୍ରାର୍ଥୀ ଭାବେ ସୁରତ ଆସନରୁ ବିଜୟୀ ଘୋଷଣା ହୋଇଥିଲେ ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ