Advertisment

ରାଜ୍ୟପାଳଙ୍କ ଅଭିଭାଷଣରେ ସରକାରଙ୍କ ଗୋଲାପି ଗାଥା ! ପରିକ୍ରମା ପ୍ରକଳ୍ପଠୁ ‘ନୂଆ ଓ’ ଯାଏଁ ଭୂରି ଭୂରି ପ୍ରଶଂସା

ବିଧାନସଭାରେ ରାଜ୍ୟପାଳ ରଘୁବର ଦାସଙ୍କ ପ୍ରଥମ ଅଭିଭାଷଣ । ବିରୋଧରେ କକ୍ଷତ୍ୟାଗ କଲା କଂଗ୍ରେସ, ବିଜେପିର ନିନ୍ଦା ।

undefined

Governor

Advertisment

ରାଜ୍ୟପାଳ ରଘୁବର ଦାସଙ୍କ ବିଧାନସଭାରେ ପ୍ରଥମ ଅଭିଭାଷଣ । ଏକ ଘଣ୍ଟା ୫୫ ମିନିଟର ଅଭିଭାଷଣରେ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତାକୁ ବଖାଣିଲେ। ଭୁରି ଭୁରି ପ୍ରଶଂସା ବି କଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ନୂଆ ଓ’ କାର୍ଯ୍ୟକ୍ରମ ଯାଏଁ ସବୁଥିରେ ରାଜ୍ୟ ବିକାଶ ଆଡ଼କୁ ବଢୁଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ।

Advertisment

ସେହିପରି ୨୦୨୭ ସୁଦ୍ଧା ମେଟ୍ରୋ ରେଳ ଆରମ୍ଭ ଓ ୨୦୨୪ ଡିସେମ୍ୱର ସୁଦ୍ଧା ବସ୍ତି ମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ତତ୍ପରତାର ସହ କାମ କରୁଥିବା କହିଛନ୍ତି । ଫାଇଭ ଟି ଓ ମୋ ସରକାର ପ୍ରଶାସନିକ ସେବା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ସେହିପରି ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଛି । ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ କମିଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, କୃଷି ଓ ଜଳସେଚନ ଆଦି କ୍ଷେତ୍ରରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଥିବାରୁ ରାଜ୍ୟ ଅଗ୍ରଣୀ ଆଡକୁ ଗତି କରୁଛି ବୋଲି ରାଜ୍ୟପାଳ ମତ ରଖିଛନ୍ତି ।

ସେପଟେ ରାଜ୍ୟପାଳଙ୍କ ଭାଷଣରେ ବିରୋଧୀ ବିଜେପି ଓ କଂଗ୍ରେସ ପୁରା ଖପ୍ପା। ରାଜ୍ୟପାଳ ଅଭିଭାଷଣ ରଖୁଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ସିଟ୍‌ରେ ଛିଡା ହୋଇ ପ୍ରତିବାଦ ଜଣାଇଥିଲେ। ଏହାସହ କଂଗ୍ରେସ ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ। ନରସିଂହ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପୂର୍ବକାଳରେ ମହାରାଜା ମାନେ ଯେପରି ନିଜ ପ୍ରଶଂସା ପାଇଁ ଭାଟଙ୍କୁ ନିଯୁକ୍ତ କରୁଥିଲେ, ରାଜ୍ୟ ସରକାର ସେହିଭଳି ନିଜ ପ୍ରଶଂସା ଶୁଣିବାକୁ ରାଜ୍ୟପାଳଙ୍କୁ ବ୍ୟବହାର କରୁଛନ୍ତି।

Advertisment

ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣକୁ ରାଜ୍ୟପାଳ ପଢିଛନ୍ତି, ଯେଉଁଥିରେ ଅନେକ ଭୁଲ୍ ତଥ୍ୟ ଦିଆଯାଇଛି। ବିଜେପି କହିଛି ରାଜ୍ୟପାଳଙ୍କ ଏହି ଅଭିଭାଷଣ ଦୁର୍ଭାଗ୍ୟଜନକ। ବିକାଶର ପରିପନ୍ଥୀ ବୋଲି ବିଜେଡି କହିଛି, ବିରୋଧୀଙ୍କ ଅଭିଯୋଗ ମିଛ, ରାଜ୍ୟପାଳ ବିକାଶର କଥା କହିଛନ୍ତି ।

ପ୍ରଥମ ଦିନ ଆରମ୍ଭରୁ ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ବିରୋଧୀ ଶିବିର ହଲଚଲ୍ । ଯାହାକି ସଙ୍କେତ ଦେଉଛି ଯେ ବଜେଟ ଅଧିବେସନର ଆଗମୀ ଦିବସ ଗୁଡିକ ବେଶ ସରଗରମ ରହିବ। 

Advertisment

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ