Advertisment

ପ୍ରଚାର କରୁଥିବାବେଳେ ଅଚେତ୍ ହୋଇଗଲେ KCRଙ୍କ ଝିଅ

ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ତେଲେଙ୍ଗାନାରେ ଜୋରସୋରରେ ଜାରି ରହିଛି ପ୍ରଚାର ଅଭିଯାନ।

K Kavitha

K Kavitha

Advertisment

ନିର୍ବାଚନ ପ୍ରଚାର କରୁଥିବାବେଳେ ଅଚେତ୍ ହୋଇପଡ଼ିଲେ ଭାରତ ରାଷ୍ଟ୍ର ସମିତି (BRS) ନେତ୍ରୀ ତଥ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା । ତେବେ ଏକ ଭିଡିଓରେ ଦେଖିବାକୁ ମିଳୁଛି କି ଏକ ଖୋଲା ଗାଡ଼ିରେ ମାଇକ୍ରୋଫୋନ୍‌ ମାଧ୍ୟମରେ କବିତା ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରୁଥିଲେ। ସେ ସମ୍ବୋଧିତ କରିବା ପରେ ବିଆରଏସ୍‌ର ଆଉ ଜଣେ ନେତ୍ରୀ ସମର୍ଥକଙ୍କୁ କିଛି କହୁଥିବାବେଳେ ତାଙ୍କ ପଛରେ ଠିଆ ହୋଇଥିବା କେ. କବିତା ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ। ତେଲେଙ୍ଗାନାର ଇତ୍‌ୟିକାଲ୍‌ରେ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ସେ ଅଚେତ ହୋଇପଡ଼ିଥିବା ଜଣାପଡ଼ିଛି।

Advertisment

ତେବେ ଏହି ଘଟଣା ପରେ କେ. କବିତାଙ୍କ ଟିମ୍‌ କହିଛି ଯେ, ଜଳଶୁଷ୍କତା ଯୋଗୁଁ ସେ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିଲେ । କିଛି ସମୟ ପରେ ପୂର୍ବ ପରି ପ୍ରଚାର ଅଭିଯାନ ଚାଲିଛି। ଏହାପରେ ‘ଏକ୍ସ’ ରେ କେ. କବିତା ଲେଖିଛନ୍ତି ଯେ, ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି। ସେ କହିଛନ୍ତି, କ୍ଷଣିକ ଆତଙ୍କ ପାଇଁ ଦୁଃଖିତ। ମୁଁ ଏବେ ଭଲ ଅଛି। ରାସ୍ତାରେ ଏକ ଛୋଟ ଝିଅ ସହିତ ଭେଟ ହେଲା। ତା’ ସହିତ କଥାବାର୍ତ୍ତା କରିବାରୁ ମତେ ଖୁବ୍‌ ଆନନ୍ଦ ଲାଗୁଛି।

ସୂଚନା ଅନୁସାରେ ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ତେଲେଙ୍ଗାନାରେ ଜୋରସୋରରେ ଜାରି ରହିଛି ପ୍ରଚାର ଅଭିଯାନ।

Advertisment
India News Assembly Elections KCR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ