Advertisment

‘ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି’

ଉପନିର୍ବାଚନ ଲଢ଼ିବା ପାଇଁ ବିଜେଡି ଅଳକାଙ୍କ ନାଁ ଘୋଷଣା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Brajrajnagar Bypoll – Alaka Mohanty named as BJD candidate

Brajrajnagar Bypoll – Alaka Mohanty named as BJD candidate

Advertisment

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଳକାଙ୍କ ନାଁ ଘୋଷଣା କରିଛନ୍ତି। ଆସନ୍ତା ୧୧ତାରିଖରେ ସେ ନାମାଙ୍କନ ଦାଖଲ କରିବେ। 

Advertisment

ଉପନିର୍ବାଚନ ଲଢ଼ିବା ପାଇଁ ବିଜେଡି ଅଳକାଙ୍କ ନାଁ ଘୋଷଣା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ଲାଗି ଚେଷ୍ଟା କରିବି। ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ମୋ ବଡ଼ ଭଉଣୀ ଭଳି। 

ଅନ୍ୟପକ୍ଷେ, ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବୋଲି  ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନରେ ଓହ୍ଲାଇବେ କି ନାହିଁ ତାହା ଏଯାଏ ନିଷ୍ପତ୍ତି ହୋଇନାହିଁ। ବ୍ରଜରାଜନଗର ଉପନିର୍ବାଚନ ପାଇଁ ମନ୍ତ୍ରୀ ନବ ଦାସଙ୍କ ଝିଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଦଳ ଅଳକା ମହାନ୍ତିଙ୍କ ନାଁ ଘୋଷଣା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଯଦି ବିଜେଡି ଅଳକା ମହାନ୍ତିଙ୍କ ନାଁ ଘୋଷଣା ନକରି ଅନ୍ୟ କାହାକୁ ପ୍ରାର୍ଥୀ କରିଥିଲେ ହୁଏତ ଦଳକୁ ସମବେଦନା ଭୋଟ୍‌ ହରାଇବାକୁ ପଡ଼ିଥାନ୍ତି। ତେଣୁ ସମବେଦନା ଭୋଟ୍‌ ହାତେଇବା ପାଇଁ ବିଜେଡି ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ଏବେ ଚର୍ଚ୍ଚା ହେଉଛି।  

Advertisment

ବ୍ରଜରାଜନଗର ଉପନିର୍ବାଚନ ମୈଦାନରେ ବିଜେପିର ରାଧାରାଣୀ ପଣ୍ଡା ରହିଥିବା ବେଳେ ବିଜେଡିର ଯୋଦ୍ଧା ସାଜିଛନ୍ତି ଅଳକା ମହାନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ଏ ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ। ତେବେ ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି।

BJD Brajrajnagar Bypoll Alaka Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ