Advertisment

ଆସୁଛନ୍ତି ଶାହ: ବିଜେପି ଓ ବିଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ

ଅଣରାଜନୈତିକ କାର୍ଯ୍ୟକ୍ରମ ଏବେ କଡା ରାଜନୈତିକ ପରିବେଶ ଭିତରେ କଟକରେ ହେବାକୁ ଯାଉଛି।

BJP BJD poster war

BJP BJD poster war

Advertisment

ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟରେ ଜୋର ଧରିଲାଣି ରାଜନୈତିକ ହାଓ୍ୱା। ବିଜେପି ଯେପରି କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ସ୍ବାଗତ କରିବା ଲାଗି ପ୍ରସ୍ତୁତି କରିଛି ତାକୁ କାଉଣ୍ଟର କରିବାକୁ ବିଜେଡି ବି ସମାନ ରଣନୀତି ଆପଣାଇଛି। ଭୁବନେଶ୍ୱର ବିଜେପି ଅଫିସଠୁ ଆରମ୍ଭ କରି କଟକ ଯାଏ ସବୁଠି ଶାହଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରିଛି ଦଳ। କଟକରେ ଶାହଙ୍କର କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ। ଭୁବନେଶ୍ୱର ପାର୍ଟି ଅଫିସ୍‌ରେ କେବଳ କୋର୍ କମିଟି ସଦସ୍ୟ ଓ ଅଫିସ୍ ବିଅରରଙ୍କ ସହ ଆଲୋଚନା କରିବେ।

Advertisment

ତେବେ ରାଜ୍ୟ ବିଜେପି ପକ୍ଷରୁ ଶାହଙ୍କ ପାଇଁ ଯେପରି ସ୍ବାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି। ତାକୁ ଟକ୍କର ଦେବା ଲାଗି ଶାସକ ବିଜେଡି ବି ପ୍ରସ୍ତୁତି କରିଛି। କଟକରେ ନିଜର ପତିଆରା ଜାହିର କରିବା ଲାଗି ବାଲିଯାତ୍ରା ପଡିଆରେ ହୋଇଥିବା ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡ଼ି ଉଚ୍ଛସ୍ବିତ ସ୍ବାଗତ ସମ୍ବର୍ଦ୍ଧନା ଦେବ। ଖାଲି ସେତିକି ନୁହେଁ କଟକରେ ବର୍ତ୍ତମାନ ବିଜେପି ଓ ବିଜେଡି ମଧ୍ୟରେ ପୋଷ୍ଟର ଓ୍ୱାର ଅନୁଭୂତ ହେଉଛି। ଅମିତ ଶାହଙ୍କ ଗସ୍ତ ରୁଟ୍‌ରେ ରାତି ଅଧିଆ ଭାବେ ବିଜେଡି ଓ ନବୀନଙ୍କ ପୋଷ୍ଟର ଲଗାଇଛି ଦଳ। ଅର୍ଥାତ ଅଣରାଜନୈତିକ କାର୍ଯ୍ୟକ୍ରମ ଏବେ କଡା ରାଜନୈତିକ ପରିବେଶ ଭିତରେ କଟକରେ ହେବାକୁ ଯାଉଛି। ଅନ୍ୟପଟେ ଶାହଙ୍କ ଠାରୁ ମନ୍ତ୍ର ପାଇ ୨୦୨୪ ନିର୍ବାଚନରେ ସଫଳତା ପାଇବା ଲାଗି ବିଜେପି ଶିବିର ବେଶ ଉତ୍ସାହିତ। ବିଜେଡ଼ି କହିଛି ଶାହଙ୍କ ଗସ୍ତର କୌଣସି ପ୍ରଭାବ ପଡିବନି। କଂଗ୍ରେସର ଯୁକ୍ତି ଉଭୟ ବିଜେପି ଓ ବିଜେଡି ମିଶିକରି ଅଛନ୍ତି। ସାଧାରଣ ନିର୍ବାଚନରେ ଲୋକେ ଜବାବ ଦେବେ।

ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ। ୨୦୧୯ ନିର୍ବାଚନ ସମୟରେ ଶାହ ଘନ ଘନ ଗସ୍ତରେ ଆସି ଗୁରୁ ମନ୍ତ୍ର ଦେଉଥିଲେ। ସିଧାସଳଖ ତଦାରଖ ମଧ୍ୟ କରୁଥିଲେ। ଫଳସ୍ବରୂପ ଦଳ ତୃତୀୟରୁ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲା କିନ୍ତୁ ପଞ୍ଚାୟତ ଓ ପୌର ଝଟକା ପରେ ରାଜ୍ୟ ବିଜେପି ଗତି ଏବେ ମନ୍ଥର ହୋଇଯାଇଛି। ଏବେ ପରିବର୍ତ୍ତିତ ପରିସ୍ଥିତିରେ ଶାହ ପୁଣିଥରେ ଓଡିଶା ଆସୁଛନ୍ତି। ଓଡିଶା ଲାଗି ୨୦୨୪ ନିର୍ବାଚନ ରଣନୀତି କଣ ରହୁଛି ତାଉପରେ ନଜର ରହିବ। ଅନ୍ୟପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ଆସନ୍ତାକାଲିର ଶାହଙ୍କ ଗସ୍ତ ରାଜ୍ୟ ରାଜନୀତି। ପାଣିପାଗରେ ଆଗକୁ କି ପରିବର୍ତ୍ତନ ଆଣୁଛି, ସେନେଇ ସଂକେତ ଦେବ। ସେପଟେ ଶାହଙ୍କ ଗସ୍ତ ପାଇଁ ଟ୍ୱିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଏହାସହ କମିଶନରେଟ୍ ପୋଲିସ୍ ପକ୍ଷରୁ କାରକେଡ ରିହରସାଲ୍ କରାଯାଇଛି।

Advertisment

ରିପୋର୍ଟ: ଦେବାଶିଷ ମହାନ୍ତି, ଜଗଦୀଶ ଦାସ

BJD Amit Shah BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ