BJP Workers thrash
ଭୁବନେଶ୍ବର ଉପକଣ୍ଠ ବାଳକାଟୀରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ଲାଗି ଦଳ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ଏଥିସହ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଥିଲା । ଏଥିରେ ଦଳର ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାର ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ତେବେ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ କେତେ ଜଣ କର୍ମୀ ପାଟିତୁଣ୍ଡ ସହ ହୋ ହଲ୍ଲା କରିଥିଲେ । ଏପରିକି ସେଠାରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଥିଲା ।
ସେପଟେ ଘଟଣାକୁ ନେଇ ପ୍ରଭାରୀ ବିଜୟ ସିଂ ତୋମାର କହିଛନ୍ତି, ଦଳରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ତେବେ ଏ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724666315.jpg)