Advertisment

‘ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି, ସବୁ ତାଙ୍କ ଅଫିସର କରନ୍ତି’

ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ମୋଦି ୧୮ ଲକ୍ଷ କୋଟି ଦେଇସାରିଲେଣି। ହେଲେ ଏଠାରେ ନବୀନ ବାବୁ ମୋଦି ଦେଉଥିବା ଅର୍ଥରେ ଠପ୍ପା ଲଗାଉଛନ୍ତି।

ଅଦ୍ୟତନ ହୋଇଛି
Shivraj Singh Chouhan

Shivraj Singh Chouhan

Advertisment

ଭୁବନେଶ୍ୱର ପରେ ଜଗତସିଂହପୁରରେ ମଧ୍ୟ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶିବରାଜଙ୍କ କଟୁକ୍ତି । ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି, ସବୁ ତାଙ୍କ ଅଫିସର କରନ୍ତି ବୋଲି କହିଛନ୍ତି ଶିବରାଜ ସିଂ ଚୌହ୍ୱାନ। ଏହାସହ ସେ ଆହୁରି କହିଛନ୍ତି ଯେ, ‘ବେଲଗାମ ଅଫିସର ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇ ଦେଲେଣି।

Advertisment

ଓଡ଼ିଶାକୁ ଆକଣ୍ଠ ଭ୍ରଷ୍ଟାଚାରରେ ବୁଡ଼ାଇ ଦେଲେଣି ନବୀନ ବାବୁ। ଏଠାରେ ମହିଳା ଅତ୍ୟାଚାର ବଢ଼ିଚାଲିଛି। ମା’ ଭଉଣୀ ଏଠାରେ ସୁରକ୍ଷିତ ନୁହଁନ୍ତି। ମହିଳା ଅତ୍ୟାଚାରରେ ଓଡ଼ିଶା ନାଁ ଅଗ୍ରଣୀ ରାଜ୍ୟ ମଧ୍ୟରେ ଆସୁଛି। ଓଡ଼ିଶାକୁ କେଉଁଠି ପହଞ୍ଚାଇ ଦେଲେଣି, ଏଥିପାଇଁ ଆପଣଙ୍କୁ ଲାଜ ଲାଗୁନି ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ।

ସେହପରି ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ମୋଦି ୧୮ ଲକ୍ଷ କୋଟି ଦେଇସାରିଲେଣି। ହେଲେ ଏଠାରେ ନବୀନ ବାବୁ ମୋଦି ଦେଉଥିବା ଅର୍ଥରେ ଠପ୍ପା ଲଗାଉଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଛନ୍ତି, କିନ୍ତୁ ନବୀନ ପଟ୍ଟନାୟକ ଏଠି ବସି କେବଳ ବ୍ରାଣ୍ଡିଂ କରୁଛନ୍ତି। ମୋଦି ଖାଦ୍ୟ ସାମଗ୍ରୀ ଦେଉଛନ୍ତି, ନବୀନ ବସ୍ତାରେ ପୂରାଇ ଫଟୋ ଛାପୁଛନ୍ତି। ଓଡ଼ିଶାରେ ବିଜେପି ସରକାର ଥିଲେ, ଓଡ଼ିଶା ଦେଶରେ ନଂ୧ ହୁଅନ୍ତାଣି। ଓଡ଼ିଶା ଯଦି ଆଜି ପଛୁଆ, ତେବେ କେବଳ ବିଜେଡି ସରକାର ପାଇଁ ବୋଲି କହିଛନ୍ତି ଶିବରାଜ ସିଂ ଚୌହ୍ୱାନ।

Advertisment

ସେହିପରି ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ଲୋକସଭାର ସମସ୍ତ ୨୧ ଆସନ ଜିତିବ ଏବଂ ବିଧାନସଭାରେ ବହୁମତ ସହ ବିଜେପି ସରକାର ଗଢ଼ିବ ବୋଲି ଶିବରାଜ ସିଂ ଚୌହ୍ୱାନ କହିଛନ୍ତି।

Naveen Patnaik BJD BJP Shivraj Singh Chouhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ