Advertisment

୨୬ରେ ମୁହାଁମୁହିଁ ହେବେ ବିଜେଡି-ବିଜେପି: ଶଙ୍ଖର ପ୍ରତିଷ୍ଠା ଦିବସ ବନାମ ପଦ୍ମର ସତ୍ୟାଗ୍ରହ

ବିଜେଡି ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ସତ୍ୟାଗ୍ରହ କରିବ ବିଜେପି।

BJP to stage satyagrah on BJD foundation day over various issues

BJP to stage satyagrah on BJD foundation day over various issues

Advertisment

୨୬ରେ ମୁହାଁମୁହିଁ ହେବେ ବିଜେଡି-ବିଜେପି। ବିଜେଡିର ପ୍ରତିଷ୍ଠା ଦିବସ ବନାମ୍ ବିଜେପିର ସତ୍ୟାଗ୍ରହ। କେନ୍ଦ୍ର ଅବହେଳା ବନାମ ବିଜେଡିର ଅପରାଧୀକରଣ!  ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡିର ଟକ୍କର। ଟକ୍କରି ସ୍ଥିତିକୁ ନେଇ ସରଗରମ ରାଜ୍ୟ ରାଜନୀତି। ଦିନକ ପରେ ଦେଖିବାକୁ ମିଳିବ ରାଜନୈତିକ ଛକାପଞ୍ଝା। ପୁରୀରେ ବିଜେଡି ପାଳିବ ନିଜ ପ୍ରତିଷ୍ଠା ଦିବସର ସିଲିଭର୍ ଜୁବଲି। ଠିକ୍ ସେହି ଦିନ ରାଜ୍ୟ ସରକାରଙ୍କ ବିରୋଧରେ ସତ୍ୟାଗ୍ରହ କରିବ ବିଜେପି। ଆଜି ଏକ  ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି, ଯେ ବିଜେଡି ସରକାରରେ ନାରୀ ନିର୍ଯାତନା ଘଟଣା ବଢି ଚାଲିଛି ହତ୍ୟା, ଯୌନ କେଳେଙ୍କାରୀ, ମହିଳା ବିରୋଧୀ ହିଂସା ଭଳି ଅପରାଧରେ ବିଜେଡି ନେତା, ମନ୍ତ୍ରୀଙ୍କ ବିରୋଧରେ ମାଳମାଳ ଅଭିଯୋଗ ରହିଛି।

Advertisment

ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି, ମମିତା ମେହେର ହତ୍ୟାକାଣ୍ଡର ସବୁ କଥା ଗୋବିନ୍ଦ ସାହୁ ଜାଣିଥିବାରୁ ଭୟରେ ଜେଲ୍ ଭିତରେ ପୋଲିସ ମାଧ୍ୟମରେ ତାଙ୍କୁ ହତ୍ୟା କରାଯାଇଛି। ମମିତା ହତ୍ୟାକାଣ୍ଡରେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ମାହାଙ୍ଗା ଡବଲ୍ ମର୍ଡରରେ ପ୍ରତାପ ଜେନା, ପରୀ ହତ୍ୟାକାଣ୍ଡରେ ଅରୁଣ ସାହୁ, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟାରେ ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତିର ଅଭିଯୋଗ ନେଇ ରାଜ୍ୟ ସରକାରଙ୍କୁ କଡା ସାମଲୋଚନା କରିଛି ବିଜେପି। ବିଜେଡି ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ସତ୍ୟାଗ୍ରହ କରିବ ଦଳ। ସେପଟେ ବିଜେପିର ଅଭିଯୋଗର ଜବାବ ରଖି କଡ଼ା ସାମାଲୋଚନା କରିଛି ବିଜେଡି।

ତେଣେ ସାଧାରଣ ନିର୍ବାଚନ ପାଇଁ ଗ୍ରାଉଣ୍ଡ ଓ୍ୱାର୍କକୁ ଜୋରଦାର କରିଛି ବିଜେପି। ସବୁ ବର୍ଗର ଭୋଟ୍ ହାତରେ ରଖିବା ଲାଗି ବିଜେଡି କରୁଥିବା ଯୋଜନାକୁ କାଉଣ୍ଟର କରିବାକୁ ବିଜେପି କରିଛି ସ୍ବତନ୍ତ୍ର ରଣନୀତି। ମହିଳା ଭୋଟ୍ ପରେ ଦଳର ଫୋକସ୍ ଏବେ ପଛୁଆ ବର୍ଗ। ୩୬ଟି ସାଙ୍ଗଠନିକ ଜିଲ୍ଲାରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପ୍ରତିନିଧିମାନେ ବିଭିନ୍ନ ପ୍ରକାର ସଭା ସମିତି କରିବା ପରେ ଆଜି କଟକ ଚୌଦ୍ୱାରଠାରେ ବିଜେପି ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ବସିଥିଲା ଯେଉଁଥିରେ ଯୋଗ ଦେଇଥିଲେ ବିଜେପିର ଜାତୀୟ ଓବିସି ମୋର୍ଚ୍ଚା ସଭାପତି କେ. ଲକ୍ଷ୍ମଣ। ଏଥିରେ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ବିରୋଧୀ ନୀତି, ଶିକ୍ଷା-ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗକୁ ସଂରକ୍ଷଣ ଦିଆଯାଉନଥିବା ଅଭିଯୋଗ ହୋଇଛି। ମୋଦି ସରକାରଙ୍କ ସଫଳ ଯୋଜନା ଗାଁ ଗାଁରେ ପହଞ୍ଚାଇବାକୁ ନେଇ ଯୋଜନା କରିଛି ଓବିସି ମୋର୍ଚ୍ଚା। ବିଜେଡି ଏହାର ଜବାବ ରଖିଛି।

Advertisment

ସେପଟେ ଆସନ୍ତା ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି କନ୍ଧମାଳ ସଂସଦୀୟ କ୍ଷେତ୍ରର ବାଲିଗୁଡା ଓ ପୁରୀ ସଂସଦୀୟ କ୍ଷେତ୍ରର ଚିଲିକାରେ ନଡ୍ଡାଙ୍କ ସଭା ଅନୁଷ୍ଠିତ ହେବ।

(ରିପୋର୍ଟ: ଚୌଦ୍ୱାରରୁ ପ୍ରକାଶ ନାୟକ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ସହ ହରିହର ଚାନ୍ଦ)

Advertisment
BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ