ଆବାସ ଅନିୟମିତତା ନେଇ ପୁଣି ରାଜ୍ୟ ସରକାରଙ୍କୁ BJPର ସମାଲୋଚନା, କହିଲା କେବେ ମିଳିବ ଘର ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ରାଜ୍ୟରେ ସମସ୍ତେ ପକ୍କା ଘର ପାଆନ୍ତୁ । ଓଡ଼ିଶା ପାଇଁ କେନ୍ଦ୍ର ସରକାର ୮ ଲକ୍ଷ ୧୭ ହଜାର ଘର ଆଲର୍ଟ କରିଛନ୍ତି ।

Prithiviraj harichandan

ଆବାସ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । କହିଲେ ‘ଯେଉଁମାନେ ଅନିୟମିତତାରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସରକାର ସ୍ପଷ୍ଟ ଭାବେ ଜଣାନ୍ତୁ । ନିରପେକ୍ଷ ଭାବେ କେବେ ଆବାସ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ସେନେଇ ସରକାର ଜଣାନ୍ତୁ । କେବେ ମିଳିବ ସମସ୍ତଙ୍କୁ ପକ୍କା ଘର ? ଏନେଇ ପ୍ରଶ୍ନ କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

ଏହାସହ ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ରାଜ୍ୟରେ ସମସ୍ତେ ପକ୍କା ଘର ପାଆନ୍ତୁ । ଓଡ଼ିଶା ପାଇଁ କେନ୍ଦ୍ର ସରକାର ୮ ଲକ୍ଷ ୧୭ ହଜାର ଘର ଆଲର୍ଟ କରିଛନ୍ତି । ସେଥିରୁ ମାତ୍ର ୬ ହଜାର ଘର ପଶ୍ଚିମ ଓଡ଼ିଶାକୁ ମିଳିଛି । ଏପ୍ରିଲ ୭ ସୁଦ୍ଧା ୨୬ ଲକ୍ଷ ୯୫ ଘର ଦେବାର ଟାର୍ଗେଟ୍ ଥିଲା ହେଲେ ମାତ୍ର ୬୨% ପୂରଣ ହୋଇଛି । ଏମିତିକି ଲୋକଙ୍କ ପାଖରେ ଘର ନାହିଁ କିନ୍ତୁ ତାଲିକାରେ ଏଣ୍ଟ୍ରି ହୋଇଛି, ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ମଧ୍ୟ ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି ।

ସେପଟେ ପୁରୀ ପ୍ରସଙ୍ଗ ଉଠାଇ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ସରକାର ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଭୁଲ୍ ଥିଲା ବୋଲି କହିଲେ ପୃଥ୍ୱୀରାଜ । ମନ୍ଦିର ଭିତ୍ତିଭୂମିକୁ ଦୁର୍ବଳ କରିବାକୁ ଯୋଜନା କଣ ପାଇଁ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସାଂସଦ ପିନାକୀ ମିଶ୍ର ସଂସଦରେ ଏଏସ୍ଆଇ ଚିଠି କଥା କହୁଥିବା କଥା ମଧ୍ୟ ଭୁଲ୍ । ଏଏସଆଇର ବିନା ଅନୁମତିରେ କାର୍ଯ୍ୟ କରି ଏବେ ତାକୁ ଫିଲିଙ୍ଗ କରାଯାଉଛି । ତେଣୁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଆଗରେ କ୍ଷମା ମାଗିବା ଆବଶ୍ୟକତା ଅଛି ବୋଲି କହିଛନ୍ତି ପୃଥ୍ୱୀରାଜ ।