Advertisment

ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି, IT ରେଡ୍‌ ପରେ ସିଏମ୍‌ କାହିଁକି ଚୁପ୍‌ ବୋଲି କଲା ପ୍ରଶ୍ନ

ଏହାସହ ମେକ୍ ଇନ୍ ଓଡ଼ିଶାରେ ୨୦୧୮ରେ ଡିଷ୍ଟ୍ରିଲାରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଅଗଷ୍ଟ ୨୦୧୯ ସୁଧା ସମସ୍ତ ପ୍ରକାର କ୍ଲିୟରାନ୍ସ ଦେଇ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟ ପ୍ରକଳ୍ପ ଅପେକ୍ଷା ଏହି ପ୍ରକଳ୍ପରେ କାହିଁକି ଏତେ ଦ୍ରୁତ ପଦକ୍ଷେପ ବୋଲି ପ୍ରଶ୍ନ କରିଛି ଦଳ।

undefined

BJP target Naveen Patnaik

Advertisment

ପଶ୍ଚିମ ଓଡ଼ିଶାରେ ବଳଦେବ ସାହୁ ଆଣ୍ଡ ସନ୍ସ ସାମ୍ରାଜ୍ୟ ବିସ୍ତାର ପଛରେ କିଏ ? ବିଜେଡି ସରକାରର ଭୂମିକା କ’ଣ? କାହିଁକି ନିରବ ମୁଖ୍ୟମନ୍ତ୍ରୀ ? ମଦ ବେପାରୀଙ୍କ ଠାରୁ ୩୫୦ କୋଟି ଜବତ ଘଟଣାରେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାଣିଛି ବିଜେପି। ଅଗଷ୍ଟ ୨୦୧୯ରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍‌ରେ ବୌଦ୍ଧ ଡ୍ରିଷ୍ଟିଲାରିକୁ ଉଦଘାଟନ ବେଳର ଫଟୋ ଓ ଭିଡିଓ ଦେଖାଇ ଦଳ କରିଛି ଟାର୍ଗେଟ। ଅନ୍ୟପଟେ ଉଦଘାଟନୀ ମଂଚରେ ଉପସ୍ଥିତ ଥିଲେ କଂପାନୀର ଏମ୍ଡି ବା ପରିଚାଳନା ନିର୍ଦ୍ଦେଶକ ରିତେଶ ସାହୁ । ରିତେଶ ହେଉଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପୁତୁରା।

Advertisment

ଏହାସହ ମେକ୍ ଇନ୍ ଓଡ଼ିଶାରେ ୨୦୧୮ରେ ଡିଷ୍ଟ୍ରିଲାରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଅଗଷ୍ଟ ୨୦୧୯ ସୁଧା ସମସ୍ତ ପ୍ରକାର କ୍ଲିୟରାନ୍ସ ଦେଇ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟ ପ୍ରକଳ୍ପ ଅପେକ୍ଷା ଏହି ପ୍ରକଳ୍ପରେ କାହିଁକି ଏତେ ଦ୍ରୁତ ପଦକ୍ଷେପ ବୋଲି ପ୍ରଶ୍ନ କରିଛି ଦଳ। ଏହା ବି ପଚାରିଛି ଏହା ପଛରେ କିଛି କିକବ୍ୟାକ୍ ରହିଛି କି। ପ୍ରକଳ୍ପ ପାଇଁ ଅଣ୍ଡର ଟେବଲ କାରବାର ହୋଇଛି କି? ତା ସହିତ ଓଡ଼ିଶାକୁ ଲୁଟୁଥିବା ମଦ କଂପାନୀଙ୍କ ପଛରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଛି କି ବୋଲି ପ୍ରଶ୍ନ କରିଛି। ଏହାର ଜବାବ୍ ରଖିଛି ବିଜେଡି।

ଖାଲି ରାଜନୈତିକ ଦଳ ନୁହେଁ ବୌଦ୍ଧରେ କେମିତି ବଳଦେବ ସାହୁ କଂପାନୀଙ୍କୁ ଅନୁକଂପା ଦେଖାଇଛନ୍ତି ସରକାର ଏବଂ ସ୍ଥାନୀୟ ପ୍ରଶାସନ ଏ ହେଉଛି ତା’ର ଚିତ୍ର। ହରଭଙ୍ଗାଠାରେ ୧୧୨ ଏକର ଚାଷ ଜମି ଅଧିଗ୍ରହଣ କରିଥିଲା କଂପାନୀ। ଏହା ବାଦ୍ ବି ମହାନଦୀରୁ ପାଣି ଉଠାଇବାକୁ ସ୍ଥାନୀୟ ବାସିନ୍ଦାଙ୍କ ଜମିରେ ପାଣି ପାଇପ୍ ପକାଇବା ବେଳେ ଜୋରଦାର ବିରୋଧ କରିଥିଲେ ସେଠାକାର ଲୋକେ। ହେଲେ କଂପାନୀ ପ୍ରୀତି ଦେଖାଇ ସ୍ଥାନୀୟ ବାସିନ୍ଦାଙ୍କ କଥା ଶୁଣିନଥିଲା ପ୍ରଶାସନ। ପୋଲିସ ଲଗାଇ କାହାକୁ ଘଉଡାଇ ଥିଲା ତ କାହାକୁ ଉଠାଇଥିଲା। ଖାଲି ସେତିକି ନୁହେଁ ସ୍ଥାନୀୟ ବାସିନ୍ଦାଙ୍କ ନିଜ ଜମି ବାଦ୍ ଗାଁର ଗୋଚର ଜମିକୁ ବି କଂପାନୀ ଜବରଦଖଲ କରି ରଖିଥିବା ଅଭିଯୋଗ ଆସିଛି। ତେବେ ଏ ସବୁ ଅଭିଯୋଗ ନେଇ ବୌଦ୍ଧ ଡ୍ରିଷ୍ଟିଲାରୀ କଂପାନୀର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

Odisha Naveen Patnaik BJD BJP IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ