Advertisment

କଣ୍ଟ୍ରୋଲ ଦୋକାନରେ CMଙ୍କ ପୋଷ୍ଟର ପ୍ରସଙ୍ଗ, ବିଜେଡି ଓ ରାଜ୍ୟ ପୋଲିସ୍‌କୁ ବିଜେପିର ଟାଗେର୍ଟ

ପୋଲିସ୍ ଯେମିତି ରାଜ୍ୟ ସରକାରଙ୍କ ପୋଷ୍ଟରକୁ ସୁରକ୍ଷା ଦେଉଛନ୍ତି ସେ ସବୁ ଦେଖିଲେ ଲାଗୁଛି, ଓଡ଼ିଶା ପୋଲିସ ବିଜୁ ଜନତା ଦଳର ସିକ୍ୟୁରିଟିଗାର୍ଡ ସାଜିଛି।

ଅଦ୍ୟତନ ହୋଇଛି
BJP target BJD

BJP target BJD

Advertisment

ପିଡିଏସ୍ ବଣ୍ଟନ ବେଳେ କଣ୍ଟ୍ରୋଲ ଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର୍‌କୁ ନେଇ ବିବାଦ। ବିଜେଡି ଓ ରାଜ୍ୟ ପୋଲିସ୍‌କୁ ଟାଗେର୍ଟ କରିଛି ବିଜେପି । ଆଜି ପ୍ରେସମିଟ୍ କରି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ବର୍ଷିଛନ୍ତି । ପିଡିଏସ୍ ସାମଗ୍ରୀ କେନ୍ଦ୍ର ସରକାର ଦେଉଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ବାହାର କରିଥିଲେ ସାଧାରଣ ଲୋକେ। ହେଲେ ପୋଲିସ୍ ଯେମିତି ରାଜ୍ୟ ସରକାରଙ୍କ ପୋଷ୍ଟରକୁ ସୁରକ୍ଷା ଦେଉଛନ୍ତି ସେ ସବୁ ଦେଖିଲେ ଲାଗୁଛି, ଓଡ଼ିଶା ପୋଲିସ ବିଜୁ ଜନତା ଦଳର ସିକ୍ୟୁରିଟିଗାର୍ଡ ସାଜିଛି।

Advertisment

ଗତକାଲି କୋରାପୁଟ କୋଟପାଡ଼ ପୋଲିସ୍ ଦୁଇ ଆଦିବାସୀଙ୍କୁ ଡାକି ଏଭଳି ଏକ ମାମଲା ପାଇଁ ଧମକେଇଥିବା ଅଭିଯୋଗ କରିଛନ୍ତି ଅନୀଲ। ସେପଟେ ବିଜେପିର ଅଭିଯୋଗ ନେଇ ବିଜେଡି କିମ୍ବା କୋରାପୁଟ ପୋଲିସର ପ୍ରତିକ୍ରିୟା ମିଳିପାରିନି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମିତି ପୋଷ୍ଟର ଓହ୍ଲାଇଥିବା ଦେଖିବାକୁ ମିଳିଛି।

BJP Odisha Police BJD Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ