Advertisment

ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଜେପିର ହୋମୱର୍କ, ଭୁବନେଶ୍ୱରରେ ବି.ଏଲ. ସନ୍ତୋଷଙ୍କ ସହ ୩ କେନ୍ଦ୍ରୀୟ ନେତା

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶା ଦଖଲ ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିରେ ସଂଗଠନ ଓ ବୁଥ୍ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ମୋଦି- ଶାହ ।

undefined

BJP Plan For Odisha

Advertisment

୨୪ ନିର୍ବାଚନରେ ଓଡ଼ିଶାରେ କେମିତି ଫୁଟିବ ପଦ୍ମ ? କେମିତି ଏଠି ଗାଦି ଦଖଲ କରିବ ବିଜେପି ? ଦିଲ୍ଲୀରେ ପ୍ରସ୍ତୁତ ରୋଡମ୍ୟାପ୍‌ ଅନୁଯାୟୀ, ମିଶନ୍ ମୋଡରେ ମୈଦାନକୁ ଓହ୍ଲାଇବା ପୂର୍ବରୁ ରାଜ୍ୟ ବିଜେପିର ହୋମ୍ ୱାର୍କ । ତିନି କେନ୍ଦ୍ରୀୟ ନେତା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, ପ୍ରଭାରୀ ସୁନୀଲ ବଂଶଲ ଓ ସହପ୍ରଭାରୀ ବିଜୟ ସିଂ ପାଲ୍ ତୋମାରଙ୍କ ଉପସ୍ଥିତିରେ ଆଜିଠୁ ଆରମ୍ଭ ହୋଇଛି ତିନିଆ ଦିନିଆ କସରତ୍। ପ୍ରଥମ ଦିନରେ ଆଜି ବସିଥିଲା ସମନ୍ୱୟ ବୈଠକ। ଆସନ୍ତାକାଲି ଆଗ ପଦାଧିକାରୀ ବୈଠକ ପରେ ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କ ବୈଠକ ହେବ। ସେହିପରି ତୃତୀୟ ଦିନ ଅର୍ଥାତ ରବିବାର ସଂଯୁକ୍ତ ମୋର୍ଚ୍ଚାଗୁଡ଼ିକର କ୍ଲାସ୍ ନେବେ କେନ୍ଦ୍ରୀୟ ନେତା । ଟାର୍ଗେଟ୍- ପ୍ରତି ବୁଥରୁ ଆସିବ ୫୦ ପ୍ରତିଶତ ଭୋଟ୍। ଆଉ ଏଇ ଲକ୍ଷ୍ୟ ହାସଲ ପାଇଁ ଗ୍ରାଉଣ୍ଡରେ କି କି ପଦକ୍ଷେପ ନିଆଯିବ, ସେନେଇ ସବୁ ସ୍ତରର ନେତାଙ୍କୁ ଟାକ୍ସ ଦେବେ ସଂଗଠନ ମହାମନ୍ତ୍ରୀ ଓ କ୍ଷେତ୍ରୀୟ ପ୍ରଭାରୀ।

Advertisment

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶା ଦଖଲ ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିରେ ସଂଗଠନ ଓ ବୁଥ୍ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ମୋଦି- ଶାହ । ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ୍ ହାତେଇବାକୁ ଓଡ଼ିଶାର କୋଟିଏ ପରିବାର ପାଖରେ ପହଞ୍ଚିବାକୁ ଦିଆଯାଇଥିଲା ଟାସ୍କ । ଏହାସହ ପନ୍ନା ପ୍ରମୁଖ କାର୍ଯ୍ୟକ୍ରମ ଜରିଆରେ ଭୋଟରଙ୍କ ସହ ସଂପର୍କ ବଢ଼ାଇ ଭୋଟ୍ ସୁନଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଏସବୁ ତୃଣମୂଳସ୍ତରରେ କିଭଳି କାର୍ଯ୍ୟକାରୀ ହେବ ସେନେଇ ମନ୍ତ୍ର ଦେବେ। ଏହାସହ ରାଜ୍ୟ ନେତୃତ୍ୱକୁ ଦିଆଯାଇଥିବା ପୁରୁଣା ଟାସ୍କ୍‌ ଓ ସଂଗଠନ ସ୍ଥିତିର ସମୀକ୍ଷା କରି ଦିଲ୍ଲୀ ଦରବାରକୁ ରିପୋର୍ଟ ଦେବେ। ଆଉ ଏହାରି ଆଧାରରେ ତିଆରି ହେବ ଓଡ଼ିଶା ଦଖଲର ପରବର୍ତ୍ତୀ କାର୍ଯ୍ୟପନ୍ଥା।

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଅପ୍ରତ୍ୟାଶିତ ବିଜୟ ପରଠୁ ଫୁଲ୍ ଯୋଶରେ ପଦ୍ମଦଳ। ତେଣୁ ମୋଦିଙ୍କ ଲୋକପ୍ରିୟତା ସହ ବିଜୟ ହାୱାକୁ ବନେଇ ରଖି ୨୪ରେ ଦଳ ଦେଖିବା ଓଡ଼ିଶା ଦଖଲ ସ୍ୱପ୍ନ କେତେ ଦୂର ସଫଳ ହେଉଛି ତା ଉପରେ ନଜର।

Advertisment
Odisha News BJP 2024 General Election Sunil Bansal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ