ମୋଦିଙ୍କ ପାଖେ ମନ୍ତ୍ରୀପଦ ପାଇଁ ଅଳି; ନାଇଡୁ କହୁଛନ୍ତି ୫, ନୀତୀଶ କହୁଛନ୍ତି ୨!

ଏକାକୀ ଲୋକସଭାରେ ସରକାର କରିବାକୁ ଆଶା ରଖିଥିବା ବିଜେପି ବର୍ତ୍ତମାନ ଛନ୍ଦି ହୋଇ ତଳେ ପଡ଼ିଛି । ମ୍ୟାଜିକ୍ ନମ୍ୱର ଛୁଇଁବା ପାଇଁ ସହଯୋଗୀ ଦଳଙ୍କର ଆବଶ୍ୟକତା ଥିବା ବେଳେ ମୌକେ ପେ ଚୌକା ମାରିବାକୁ ଚେଷ୍ଟା କରୁଛନ୍ତି ସହଯୋଗୀ ।

BJP Short Of Majority

ପଲଟିଛି ବାଜି, କମିଛି ସଂଖ୍ୟ ଗରିଷ୍ଠତା । ଏକାକୀ ଲୋକସଭାରେ ସରକାର କରିବାକୁ ଆଶା ରଖିଥିବା ବିଜେପି ବର୍ତ୍ତମାନ ଛନ୍ଦି ହୋଇ ତଳେ ପଡ଼ିଛି । ସହଯୋଗୀ ଦଳଙ୍କ ବିନା ସରକାର କରିବା ଅସମ୍ଭବ ହୋଇପଡ଼ିଛି । ମ୍ୟାଜିକ୍ ନମ୍ୱର ଛୁଇଁବା ପାଇଁ ସହଯୋଗୀ ଦଳଙ୍କର ଆବଶ୍ୟକତା ଥିବା ବେଳେ ମୌକେ ପେ ଚୌକା ମାରିବାକୁ ଚେଷ୍ଟା କରୁଛନ୍ତି ସହଯୋଗୀ ।

ଏପରି ଅବସରରେ ନିଜ ନିଜର ଦଳୀୟ ସ୍ୱାର୍ଥକୁ ସମସ୍ତେ ସର୍ବାଗ୍ରେ ରଖୁଛନ୍ତି । ଫଳରେ ମନ୍ତ୍ରୀ ପଦ କିମ୍ବା ଅନ୍ୟ କୌଣସି ଦଳୀୟ ସ୍ୱାର୍ଥ ହାତେଇବାକୁ ଆରମ୍ଭ ହୋଇଯାଇଛି କଡ଼ା କସରତ । ଗତକାଲି NDA ବୈଠକରେ ଏପରି କିଛି ହୋଇଥିବାର ସଙ୍କେତ ମିଳୁଛି । ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ସମେତ ଅନ୍ୟ ସହଯୋଗୀମାନେ ଗତକାଲି ଅନୁଷ୍ଠିତ ବୈଠକରେ ନିଜର ଦାବି ଉପସ୍ଥାପନ କରିଥିବା ଜାଣିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

ତେବେ ଏନେଇ କୌଣସି ଦାବି ସରକାରୀ ଭାବେ ହସ୍ତଗତ ହୋଇନଥିଲେ ମଧ୍ୟ ଆଲୋଚନା ଚାଲିଛି ବୋଲି ଶୁଣିବାକୁ ମିଳୁଛି । ୧୬ଟି ଲୋକସଭା ଆସନ ଜିତିଥିବା ଆନ୍ଧ୍ରପ୍ରଦେଶର TDP ଦଳ ତରଫରୁ ନାଇଡୁ ଅର୍ଥମନ୍ତ୍ରୀ ସମେତ ଲୋକସଭା ବାଚସ୍ପତି ପଦ ଓ ପାଞ୍ଚଟି ମନ୍ତ୍ରୀ ପଦ ଦାବି କରିଥିବା ଶୁଣିବାକୁ ମିଳୁଛି । ସଡକ, ପଞ୍ଚାୟତରାଜ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ବିଭାଗ ଉପରେ ମଧ୍ୟ ଟିଡିପି ଦୃଷ୍ଟି ରଖିଛି ବୋଲି ଜଣାପଡ଼ୁଛି ।

ସେହିପରି ନୀତୀଶ କୁମାରଙ୍କ ଦଳ ପାଖରେ ୧୨ଜଣ ସାଂସଦ ରହିଛନ୍ତି । ଏପରି ଅବସ୍ଥାରେ JDU ଦୁଇଟି କ୍ୟାବିନେଟ ମନ୍ତ୍ରୀ ପଦ ସହ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ମାଗିଥିବା ଜଣାପଡ଼ିଛି । ଅନ୍ୟପଟେ ରେଳ ମନ୍ତ୍ରୀ ପଦ ମଧ୍ୟ ଏକ ପ୍ରମୁଖ ପସନ୍ଦ ରହିପାରେ ବୋଲି ଆଲୋଚନା ଚାଲିଛି । ଅନ୍ୟପଟେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଦଳ NDA ସରକାର ଏବଂ ଏହାର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ଏକ ସମନ୍ୱୟ କମିଟି ପାଇଁ ମଧ୍ୟ ଦାବି କରିଥିବା ଶୁଣାଯାଉଛି ।

ଅଟଳ ବିହାରୀ ବାଜପେୟୀ ଶାସନ କାଳରେ ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିସ୍ ଏହି କମିଟିର ସଂଯୋଜକ ଥିଲେ । JDU ସୂତ୍ର ଅନୁଯାୟୀ ନୀତୀଶ କୁମାର ବର୍ତ୍ତମାନ ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଅଟନ୍ତି । ଅନ୍ୟପଟେ ଦୁଇଟି ଆସନ ଜିତିଥିବା ଜେଡିଏସ ଏହାର ନେତା କୁମାରସ୍ୱାମୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ପଦ ମାଗିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

ଅନ୍ୟ ଏନଡିଏ ସହଯୋଗୀ ହେଉଛି ମହାରାଷ୍ଟ୍ରରେ ସାତୋଟି ସିଟ୍ ଜିତିଥିବା ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ପାଞ୍ଚଟି ସିଟ୍ ଜିତିଥିବା ଚିରାଗ ପାଶୱାନ୍‌ଙ୍କ LJP । ସେପଟେ ଦୁଇଟି ଆସନ ଜିତିଥିବା ଅଭିନେତା-ରାଜନେତା ପୱନ କଲ୍ୟାଣଙ୍କ ଜନସେନା କୌଣସି କେନ୍ଦ୍ର ପଦବୀ ପାଇଁ ଦାବି ଉପସ୍ଥାପନ କରିବ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

ସୂଚନାଯୋଗ୍ୟ BJP ୨୪୦ଟି ଆସନ ଜିତିଛି । ଲୋକସଭାରେ ମ୍ୟାଜିକ୍ ନମ୍ବର ହେଉଛି ୨୭୨ । ଫଳରେ ବିଜେପି ସଂଖ୍ୟାଗରିଷ୍ଠତା ଠାରୁ ୩୨ଟି ସିଟ୍ କମ୍ ପାଇଛି । TDP ଏବଂ JDU ମିଳିତ ଭାବେ ୨୮ଟି ଆସନ ପାଖରେ ରଖିଛନ୍ତି । ଫଳରେ ସମସ୍ତଙ୍କୁ ନେଇ ଚାଲିଲେ ହିଁ ଦଳ ମ୍ୟାଜିକ୍ ନମ୍ବର୍ ଛୁଇଁପାରିବ ।