• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଂସଦୀୟ ବୋର୍ଡର ପୁନର୍ଗଠନ କରିଛନ୍ତି । ତେବେ ସଂସଦୀୟ ବୋର୍ଡରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବାଦ ପଡ଼ିଛନ୍ତି । ବୋର୍ଡ଼ରେ ନୂଆ ସଦସ୍ୟ ଭାବେ ୬ ଜଣଙ୍କୁ ସ୍ଥାନ ମିଳିଛି । ଏମାନଙ୍କ ମଧ୍ୟରେ ଆଦିବାସୀ, ଏସ୍‌ସି ଏବଂ ଓବିସି ବର୍ଗରୁ ସଦସ୍ୟ ରହିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା, ସର୍ବାନନ୍ଦ ସୋନଓ୍ୱାଲ, ସୁଧା ଯାଦବ, କେ ଲକ୍ଷ୍ମଣ, ସତ୍ୟ ନାରାୟଣ ଜଟିଆ ଏବଂ ଇକବାଲ ସିଂ ଲାଲପୁରାଙ୍କୁ ସଂସଦୀୟ ବୋର୍ଡରେ ସାମିଲ କରାଯାଇଛି । ସଂସଦୀୟ ବୋର୍ଡ ହେଉଛି ବିଜେପିର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସମିତି । ଏହା ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଏବଂ ଅନ୍ୟାନ୍ୟ ପ୍ରମୁଖ ଭୂମିକା ଦାୟିତ୍ୱ ସ୍ଥିର କରିଥାଏ ।

ତେବେ ୧୧ ଜଣିଆ ବିଜେପି ସଂସଦୀୟ ବୋର୍ଡ ପୁନର୍ଗଠନ ସହ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ମଧ୍ୟ ପୁନର୍ଗଠନ ହୋଇଛି । କମିଟିରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ସ୍ଥାନ ପାଇଛନ୍ତି । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଶାହନୱାଜ ହୁସେନ୍ ସିଇସି କମିଟିରୁ ବାଦ୍ ପଡିଛନ୍ତି ।