Advertisment

‘ମମିତାଙ୍କ ପରିବାର ଉପରେ ପଡ଼ୁଛି ଭୀଷଣ ଚାପ, ତେଣୁ ଚୁପ୍‌ ରହିବାକୁ ହେଉଛନ୍ତି ବାଧ୍ୟ’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି ।

ଅଦ୍ୟତନ ହୋଇଛି
Jual Oram

Jual Oram

Advertisment

ଭୁବନେଶ୍ୱର: ମମିତା ମେହେରଙ୍କ ପରିବାରକୁ ଚାପ ପକାଯାଉଛି । ମତ ବଦଳାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଡ଼ୁଛି ପ୍ରବଳ ଚାପ । ଆଜି ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ । ସେ ସିଧାସଳଖ ରାଜ୍ୟ ସରକାରଙ୍କୁ କରିଛନ୍ତି ନିଶାନା ।

Advertisment

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି ।ପୂର୍ବରୁ ମମିତାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ବୟାନ ଦେଉଥିଲେ ହେଲେ ଏବେ ଚୁପ୍ କାହିଁକି ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ମମିତାଙ୍କ ପରିବାର ଉପରେ ଚାପ ପକାଯାଉଥିବାରୁ ସେମାନେ ଏବେ ଭିଡିଓରେ ଏଭଳି କହୁଛନ୍ତି । ପୂର୍ବରୁ ତାଙ୍କ ପରିବାର ଲୋକ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରୁଥିଲେ । ମନ୍ତ୍ରୀଙ୍କ ପିଏ, ଡ୍ରାଇଭର ସମ୍ପୃକ୍ତ ଅଛନ୍ତି । ତେବେ ମନ୍ତ୍ରୀ କେମିତି ସମ୍ପୃକ୍ତ ନାହାନ୍ତି ବୋଲି ଜୁଏଲ୍ ପ୍ରଶ୍ନ କରିଛନ୍ତି ।

Advertisment

ଜୁଏଲ୍ ଆହୁରି କହିଛନ୍ତି, ଏଭଳି ଏକ ଗମ୍ଭୀର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ନିଦାବିଷ୍ଣୁ ସାଜିଛନ୍ତି । ଲୋକେ ମଧ୍ୟ ଏହା ଦେଖୁଛନ୍ତି । ଆଉ ଏହାର ପରିଣାମ ମଧ୍ୟ ତାଙ୍କୁ ଆଗାମୀ ଦିନରେ ଭୋଗିବାକୁ ପଡ଼ିବ । କିନ୍ତୁ ଏହା ବିରୋଧରେ ଆମେ ଲଢ଼େଇ କରୁଛୁ । ବିଜେପି ଅନ୍ତିମ ସମୟ ପର୍ଯ୍ୟନ୍ତ ଲଢେଇ କରିବ । ମନ୍ତ୍ରୀଙ୍କୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ବିଜେପି ଲଢେଇ କରିବ । ବର୍ତ୍ତମାନ ରାଜ୍ୟରେ ପୋଲିସର ଅତ୍ୟାଚାର ବଢ଼ୁଛି । ଆମେ ଆନ୍ଦୋଳନ କରୁଛୁ । ପୋଲିସ୍ ବିଭିନ୍ନ ଜରିଆରେ ଆମକୁ ହଇରାଣ କରୁଛି । କିନ୍ତୁ ଆମେ ଏସବୁକୁ ନେଇ ଆଦୌ ଭୟଭୀତ ନୁହେଁ ।

ଅନ୍ୟପଟେ କଂଗ୍ରେସ ବି ସମାନ ଅଭିଯୋଗ ଆଣିଛି । ମମିତାଙ୍କ ପରିବାର ଲୋକଙ୍କୁ ସରକାର ଚାପରେ ରଖିଛନ୍ତି । ତେଣୁ ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି । 

Advertisment

ସେପଟେ ଆଜି ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ କଳାହାଣ୍ଡିରେ ବିଜେପିର ନ୍ୟାୟ ଶୋଭାଯାତ୍ରା ଦେଖିବାକୁ ମିଳିଛି । କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଏହି ଶୋଭାଯାତ୍ରା କରୁଛି ବିଜେପି । ଏହାର ନେତୃତ୍ୱ ନେଉଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଏହି ଶୋଭଯାତ୍ରା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯିବ ଓ ମମତାଙ୍କ ସପକ୍ଷରେ ସୃଷ୍ଟି କରିବ ଜନ ସମର୍ଥନ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରାନଗଲେ, ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରାଯିବ ଓ ସେ ସମୟରେ ଜନତା କର୍ଫ୍ୟୁ କରାଯିବ ବୋଲି କହିଛନ୍ତି ବସନ୍ତ ପଣ୍ଡା ।

ସେପଟେ କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ବହିଷ୍କାର ଆନ୍ଦୋଳନକୁ ତୀବ୍ରତର କରିଛି । ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ ପ୍ରଦର୍ଶନ ପୂର୍ବକ ଜନତା କର୍ଫ୍ୟୁ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଭକ୍ତ ଦାସ ଆହ୍ୱାନ ଦେଇଛନ୍ତି । 

Odisha Politics Jual Oram Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ