Advertisment

ମୁଖ୍ୟମନ୍ତ୍ରୀ ବିଧାନସଭାର ଗରିମାକୁ ହତ୍ୟା କରୁଛନ୍ତି: ବିଜେପି

୫ଟି ମୁଲତବୀ ପ୍ରସ୍ତାବ ମଧ୍ୟରୁ ୩ଟି ପ୍ରସ୍ତାବକୁ କଂଗ୍ରେସର ସହାୟତା ନେଇ କରେଇ ଦେଲେ ନାହିଁ ଶାସକ ଦଳ। ୫ଟି ମୁଲତବି ପ୍ରସ୍ତାବ ଆଣିଥିଲା ବିଜେପି, ମାତ୍ର କଂଗ୍ରେସ ବାଧକ ସାଜିଲା। କଂଗ୍ରେସ ହେଉଛି ବିଜୁ ଜନତା ଦଳର ବି ଟିମ୍ ବୋଲି ବିଜେପି କହିଛି। କାଲିଠୁ ଖଣି ଦୁର୍ନୀତି ଆସିଛି, ବାଚସ୍ପତି ଆଲୋଚନା ଅଗ୍ରାହ୍ୟ କରିଦେଲେ।

BJP Pressmeet

BJP Pressmeet

Advertisment

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବିଧାନସଭାର ଗରିମାକୁ ହତ୍ୟା କରୁଛନ୍ତି। କେନ୍ଦ୍ର ଯୋଜନାକୁ ହାଇଯାକ୍‌ କରୁଛନ୍ତି। କରୋନା ନାଁରେ ଦିନକ ପାଇଁ ବିଧାନ ସଭା ଆସୁନାହାନ୍ତି। ଖଣି ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେଲେ ନାହିଁ। ସରକାରଙ୍କ ହାତବାରିସୀ ବାଚସ୍ପତି ସାଜିଛନ୍ତି। ଏପଟେ ବିଜେଡି  ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ବସି ଚାଷୀଙ୍କ ପାଇଁ ବସିଛନ୍ତି, ଯାହା କୁମ୍ଭୀର କାନ୍ଦଣା। ଏନେଇ ପ୍ରେସମିଟ୍‌ରେ ଅଭିଯୋଗ କରିଛି ରାଜ୍ୟ ବିଜେପି।

Advertisment

ସେହିପରି ୫ଟି ମୁଲତବୀ ପ୍ରସ୍ତାବ ମଧ୍ୟରୁ ୩ଟି ପ୍ରସ୍ତାବକୁ କଂଗ୍ରେସର ସହାୟତା ନେଇ କରେଇ ଦେଲେ ନାହିଁ ଶାସକ ଦଳ। ୫ଟି ମୁଲତବି ପ୍ରସ୍ତାବ ଆଣିଥିଲା ବିଜେପି, ମାତ୍ର କଂଗ୍ରେସ ବାଧକ ସାଜିଲା। କଂଗ୍ରେସ ହେଉଛି ବିଜୁ ଜନତା ଦଳର ବି ଟିମ୍ ବୋଲି ବିଜେପି କହିଛି। କାଲିଠୁ ଖଣି ଦୁର୍ନୀତି ଆସିଛି, ବାଚସ୍ପତି ଆଲୋଚନା ଅଗ୍ରାହ୍ୟ କରିଦେଲେ।

କେବଳ ସେତିକି ନୁହେଁ, ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସତ୍ୟ ସାମ୍ନାକୁ ଆସିଲା। ଏହା କେବଳ ନିର୍ବାଚନ ପୁସିଂ କାର୍ଡ, ଆୟୁଷ୍ମାନ ଯୋଜନା ଲାଗୁ କରାଯାଉ ବୋଲି ବିଜେପି ଦାବି କରିଛି। ଏହାସହ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ଦାବି କରିଛି।

Advertisment

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଧାୟକ  ଲିଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, କେ.ନାରାୟଣ ରାଓ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, ନବଚରଣ ମାଝୀ, ସନାତନ ବିଜୁଳି, ପ୍ରକାଶ ସରେନ, ଜୟନ୍ତ ଷଡଙ୍ଗୀ ନାଉରି ନାୟକ,ସୁବାଷ ପାଣିଗ୍ରାହୀ ଙ୍କ ସମେତ ଅନ୍ୟ ବିଧାୟକ ମାନେ ଉପସ୍ଥିତ ଥିଲେ।

Advertisment
BJP CM Naveen Patnaik Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ