Advertisment

ଭାଙ୍ଗିଲା ବିଜେଡି ଗଡ଼, ମାଟି କାମୁଡ଼ିଲେ ଟାଣୁଆ ବିଜେଡି ନେତା

ଟଳିଗଲେ ରଥି ମହାରଥୀ। ଧରାଶାୟୀ ନିଜେ ଛତ୍ରପତି। ସରକାର ବିରୋଧୀ ସୁନାମୀରେ ନିଜ ସିଟ୍ ବି ରଖି ପାରିଲେନି ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୀବନରେ ପ୍ରଥମଥର ପାଇଁ ଚାଖିଲେ ପରାଜୟର ସ୍ୱାଦ।

ଅଦ୍ୟତନ ହୋଇଛି
undefined

BJD

Advertisment

ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼, ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା। ବିଜେପିର ଏହି ଐତିହାସିକ ବିଜୟ ପରେ ପ୍ରଦୀପ ପାଣିଗ୍ରାହୀ ଲେଖା ଛିଡ଼ିଲା ବୋଲି ପୁଣି ଦୋହରାଇଥିବା ବେଳେ, ଅଳ୍ପକେ ହାରିବାରୁ ବର୍ତ୍ତିଯାଇଥିବା ଅରୁଣ ସାହୁ କହିଛନ୍ତି, ନିର୍ବାଚନ ପୂର୍ବରୁ ଲୋକଙ୍କ ମୁହଁରୁ ମିଶ୍ର ପ୍ରତିକ୍ରିୟା ପଢ଼ି ପାରୁଥିଲି।

Advertisment

ଟଳିଗଲେ ରଥି ମହାରଥୀ। ଧରାଶାୟୀ ନିଜେ ଛତ୍ରପତି। ସରକାର ବିରୋଧୀ ସୁନାମୀରେ ନିଜ ସିଟ୍ ବି ରଖି ପାରିଲେନି ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୀବନରେ ପ୍ରଥମଥର ପାଇଁ ଚାଖିଲେ ପରାଜୟର ସ୍ୱାଦ। ହିଞ୍ଜିଳି ଜିତିଥିଲେ ବି, କଣ୍ଟାବାଞ୍ଜିରେ ମାତ୍ ଖାଇଛନ୍ତି ନବୀନ। ବିଜେପି ଝଡ଼ରେ ବିଜେଡିର ବହୁ ମହାଦ୍ରୁମଙ୍କ ହୋଇଛି ମୂଳୋତ୍ପାଟନ। ଉପବାଚସ୍ପତି ସାଲୁଗା ପ୍ରଧାନ, ୧୧ ମନ୍ତ୍ରୀଙ୍କ ସମେତ ବିଜେଡିର ୫୧ ବିଧାୟକଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

Advertisment

ମାତ୍ ଖାଇଥିବା ମନ୍ତ୍ରୀମାନେ ହେଲେ ଅଶୋକ ପଣ୍ଡା, ବିକ୍ରମ ଆରୁଖ, ପ୍ରଦୀପ ଅମାତ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ରୀତା ସାହୁ, ଜଗନ୍ନାଥ ସାରକା, ପ୍ରୀତିରଞ୍ଜନ ଘଡ଼େଇ, ସୁଦାମ ମାରାଣ୍ଡି ଓ ବାସନ୍ତୀ ହେମ୍ବ୍ରମ। ହାରିଥିବା ହେଭିୱେଟ ମାନଙ୍କ ମଧ୍ୟରେ ଅଛନ୍ତି ପଦ୍ମନାଭ ବେହେରା, ରମେଶ ଚ୍ୟାଉ ପଟ୍ଟନାୟକ, ଦେବୀ ମିଶ୍ର, ପ୍ରଶାନ୍ତ ମୁଦୁଲି, ସଞ୍ଜୟ ଦାସବର୍ମା, ଉମା ସାମନ୍ତରାୟ, ସୁଶାନ୍ତ ସିଂ ପ୍ରମୁଖ। ଅନେକ ଅଭିଜ୍ଞ ବି ଧୂଳି ଚାଟିଛନ୍ତି ନବାଗତଙ୍କ ସାମ୍ନାରେ। ସେପଟେ ଲୋକସଭା ନିର୍ବାଚନରେ ହାରିଛନ୍ତି ପ୍ରଣବ ପ୍ରକାଶ ଦାସ, ଅଚ୍ୟୁତ ସାମନ୍ତ, ପ୍ରଦୀପ ମାଝୀ, ସଂତୃପ୍ତ ମିଶ୍ର, ଭୃଗୁ ବକ୍ସିପାତ୍ରଙ୍କ ଭଳି ଚର୍ଚ୍ଚିତ ବିଜେଡି ପ୍ରାର୍ଥୀ।

ପଦ୍ମ ପ୍ରହାରରେ ଚୁରମାର୍ ଶଙ୍ଖ। ଧୂଳିସାତ୍ ଗଞ୍ଜାମ ସମେତ ବିଜେଡିର ବହୁ ପୁରୁଣା ଗଡ଼। ଦୁଇ ଦୁଇଟି ସଂସଦୀୟ କ୍ଷେତ୍ର- ମୟୂରଭଞ୍ଜ ଓ କୋରାପୁଟରେ ଜମାରୁ ଖାତା ଖୋଲିପାରିନି ବିଜେଡି। ପୂରା ମୂଳପୋଛ। ବ୍ରହ୍ମପୁର, ଆସ୍କା, ବରଗଡ଼, ଢେଙ୍କାନାଳ ଓ ନବରଙ୍ଗପୁର। ଏହି ପାଞ୍ଚ ସଂସଦୀୟ କ୍ଷେତ୍ରରେ ବହୁ କଷ୍ଟରେ ପାଇଛି ମାତ୍ର ଗୋଟିଏ ଲେଖାଏଁ ବିଧାନସଭା ସିଟ୍।

Advertisment

ଅର୍ଥାତ୍ ୭ ସଂସଦୀୟ କ୍ଷେତ୍ରର ୪୯ ସିଟ୍ ରୁ ମାତ୍ର ୫ଟି 'ଶଙ୍ଖ' ଖାତାକୁ ଆସିଛି। ବିଜେଡିର ଗଡ଼ ଗଞ୍ଜାମ ଜିଲ୍ଲାରେ ଧସେଇ ପଶିଛି ବିଜେପି। ନବୀନ କେବଳ ନିଜ ହୋମ୍-ସିଟ୍ ହିଞ୍ଜିଳିକୁ ଧରିରଖିପାରିଥିବା ବେଳେ, ମୋଟ ୧୩ ଆସନରୁ ୧୧ଟିରେ ବିଜେପି ବାଜିମାତ୍ କରିଛି। ମୟୂରଭଞ୍ଜରେ କ୍ଲିନ୍ ସ୍ୱିପ୍ କରି MP ସହ ସମସ୍ତ MLA ସିଟ୍ ଜିତିଛି ବିଜେପି। ନବରଙ୍ଗପୁର, ବରଗଡ଼ ଓ ଢେଙ୍କାନାଳରେ ୭ରୁ ୬ ବିଧାନସଭା ଆସନରେ 'ପଦ୍ମ' ଫୁଟିଛି। ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟର ୧୨ଟି ସଂସଦୀୟ କ୍ଷେତ୍ରରେ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି।

ଏଥର ନିର୍ବାଚନରେ ପରାଜୟର ସାମ୍ନା କରିଛନ୍ତି ୩ ଦଳର ସଭାପତି। କଣ୍ଟାବାଞ୍ଜିରେ ନବୀନ, ଚାନ୍ଦବାଲିରେ ମନମୋହନ ସାମଲ ଓ ନୂଆପଡ଼ାରେ ଶରତ ପଟ୍ଟନାୟକ।

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

BJD Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ