Advertisment

ମୁଖ୍ୟମନ୍ତ୍ରୀଙ୍କୁ ମହାଭାରତର କୌରବ ସଜେଇଲା ବିଜେପି

ବିଜେଡି କହୁଛି ବିରୋଧୀ ଦଳ ଡ୍ରାମା କରୁଛନ୍ତି, କିନ୍ତୁ ଠିକ୍ ଓଲଟା। ତାଙ୍କ ଦୃତରାଷ୍ଟ୍ର ନବୀନ ବାବୁ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି।

Odisha Assembly

Odisha Assembly

Advertisment

ଭୁବନେଶ୍ୱର: ପୁଣି ଥରେ ବିଧାନସଭାରେ ହୋହାଲ୍ଲା। ଅପରାହ୍ନ ୪ଟା ବେଳେ ଗୃହ ପୁଣି ଥରେ ଆରମ୍ଭ ହେବା ବେଳେ ବିରୋଧୀ ଘଣ୍ଟ ବଜାଇଥିଲେ। ଆଜି ଷଷ୍ଠ ଦିନରେ ବି ଗୃହରେ ଅଚଳାବସ୍ଥା ସ୍ଥିତି ଦେଖାଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଘଣ୍ଟ ବାଡେଇଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ସହ ବିଧାନସଭା ପରିକ୍ରମା କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅବହେଳା ବିରୋଧରେ ବିଜେଡି ସଦସ୍ୟମାନେ ଗୃହରେ ଜଗନ୍ନାଥ ଜଳ ଛିଞ୍ଚିଥିଲେ। 

Advertisment

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ମହାଭାରତର କୌରବ ସଜେଇଲା ବିଜେପି। ବିଧାନସଭାରେ ବିରୋଧୀଙ୍କ ଘଣ୍ଟମାଡ଼ ନେଇ ମୋହନ ମାଝୀ କହିଛନ୍ତି ଯେ ଅନ୍ଧ ଧୃତରାଷ୍ଟ୍ର ସାଜିଥିବା ନବୀନଙ୍କୁ ଜାଗ୍ରତ କରିବାକୁ ଏ ଘଣ୍ଟ ମାଡ଼ କରାଯାଇଛି। ନବୀନ ଅନ୍ଧ ଧୃତରାଷ୍ଟ୍ର ସାଜି ଆଉ କେତେ ଦୁର୍ଯ୍ୟୋଧନ, ଦୁଃଶାସନ ତିଆରି କରିବେ। ଓଡ଼ିଶାର ମା ଭଉଣୀଙ୍କ ସୁରକ୍ଷା ପାଇଁ ଜଗନ୍ନାଥ ଏ ଧୃତରାଷ୍ଟ୍ରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଦିବ୍ୟଶଙ୍କର ଦୁର୍ଯ୍ୟୋଧନ, ପ୍ରତାପ ଜେନା ଦୁଃଶାସନ। ଦିବ୍ୟ ଓ ପ୍ରତାପଙ୍କ ଭଳି ଅନେକ ଦୁର୍ଯ୍ୟୋଧନ, ଦୁଃଶାସନ ତିଆରି ହେଉଛନ୍ତି।
ବିଜେଡି କହୁଛି ବିରୋଧୀ ଦଳ ଡ୍ରାମା କରୁଛନ୍ତି, କିନ୍ତୁ ଠିକ୍ ଓଲଟା। ତାଙ୍କ ଦୃତରାଷ୍ଟ୍ର ନବୀନ ବାବୁ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି। ରେକର୍ଡିଂ ଭିଡିଓ ବଜାଇ ସାରା ଓଡ଼ିଶା ବୁଲି ନବୀନ ଡ୍ରାମା କରୁଛନ୍ତି।

Advertisment

ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ହଟ୍ଟଗୋଳ ଭିତରେ ପାଇକ ବିଦ୍ରୋହ ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସଂକଳ୍ପ ପାରିତ କରାଯାଇଛି। କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ରାଜ୍ୟ ସରକାର ସଂକଳ୍ପ ଆଣିଛନ୍ତି। ବିଧାନସଭାରେ ପାରିତ ସଂକଳ୍ପକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ।

Bhubaneswar Odisha BJP Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ