Advertisment

ଆହୁରି କୁହୁଳିଲା ରାଜନୀତି, ଜଗାଙ୍କ ସପକ୍ଷରେ ବାହାରି ବିଜେଡିକୁ ଧୋଇଲେ ଜୟନାରାୟଣ

କୋର୍ଟ ଗାଇଡଲାଇନ୍ ନମାନି ଯେଉଁ ନାଟକ କଲେ ସେଥିରୁ ହିଁ ଜଣାପଡ଼ୁଛି ବିଜେଡି ହ୍ୟାଙ୍ଗଓଭର ଯାଇନି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗା ପ୍ରଧାନଙ୍କ ନାଁରେ FIR ନାହିଁ, ସେ ସ୍ଥାନରେ ବି ସେ ନଥିଲେ । ମାତ୍ର ବିଜେଡିର ଦିବ୍ୟଶଙ୍କର, ଅରୁଣ ସାହୁ ଓ ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।

Jaynarayan Mishra

Jaynarayan Mishra

Advertisment

ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଜଗାଙ୍କ ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ୍ କରିଛନ୍ତି ଜୟ ନାରାୟଣ । କହିଛନ୍ତି, OAS ଅଫିସରଙ୍କ ବିଜେଡି ହ୍ୟାଙ୍ଗଓଭର ଯାଇନି । ରାଜ୍ୟରେ ଗୋଟିଏ ପଟେ ବନ୍ୟା ସ୍ଥତି ଏବଂ ରଥଯାତ୍ରା ଅଘଟଣ ବେଳେ ଧର୍ମଘଟ କରିବା ଏସବୁକୁ ଇଙ୍ଗିତ କରୁଛି ।

Advertisment

କୋର୍ଟ ଗାଇଡଲାଇନ୍ ନମାନି ଯେଉଁ ନାଟକ କଲେ ସେଥିରୁ ହିଁ ଜଣାପଡ଼ୁଛି ବିଜେଡି ହ୍ୟାଙ୍ଗଓଭର ଯାଇନି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗା ପ୍ରଧାନଙ୍କ ନାଁରେ FIR ନାହିଁ, ସେ ସ୍ଥାନରେ ବି ସେ ନଥିଲେ । ମାତ୍ର ବିଜେଡିର ଦିବ୍ୟଶଙ୍କର, ଅରୁଣ ସାହୁ ଓ ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁ ଅଫିସର ଲୋକଙ୍କ ସହ ନରହିବେ, ଲୋକେ ରାଗିବା ସ୍ବାଭାବିକ ବୋଲି କହିଛନ୍ତି ଜୟ ନାରାୟଣ । ଅନ୍ୟପଟେ ଜୟନାରାୟଣଙ୍କ ଅଭିଯୋଗ ନେଇ ଓଏଏସ୍ ସଂଘ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।.

ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନ୍ (ବିଏମ୍‌ସି) କାର୍ଯ୍ୟାଳୟର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଏବଂ ଏଥିରେ ବରିଷ୍ଠ ରାଜନେତା ଜଗନ୍ନାଥ ପ୍ରଧାନଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛିପଡୁଛି । ବିରୋଧୀ ବିଜୁ ଜନତା ଦଳ ଏହାକୁ ଏକ ବଡ଼ ରାଜନୈତିକ ଅସ୍ତ୍ର କରି ମୋହନ ମାଝୀ ସରକାରକୁ ଘେରିବା ପାଇଁ ଚେଷ୍ଟା କରିଥିଲା ଏବଂ ଏହି ଚାପ ଯୋଗୁଁ ଜଗନ୍ନାଥ ଗୁରୁବାର ଦିନ ସଂଧ୍ୟାରେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଛନ୍ତି ।

Advertisment

ଜଗନ୍ନାଥ ପ୍ରଧାନ ଏବେ ଝାରପଡ଼ା ଜେଲ୍‌ରେ । ଏହା ସହିତ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ୍ ଅଧିକାରୀ ସଂଘ ଯେଉଁ ‘କଲମ ଛାଡ଼’ ଆନ୍ଦୋଳନ ଡାକରା ଦେଇଥିଲା, ତାହା ପ୍ରତ୍ୟାହୃତ ହୋଇଛି ।

ରତ୍ନାକର ସାହୁ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ । ଏଣୁ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ନେଇ ଓଏଏସ ସଂଘ କ୍ଷୁବ୍‌ଧ ହେବା ସ୍ୱାଭାବିକ । ଏହି ଦୃଷ୍ଟିରୁ ସଂଘ ‘କଲମ ଛାଡ଼’ ଆନ୍ଦୋଳନ ଡାକରା ଦେଇ ପ୍ରଶାସନିକ ବ୍ୟବସ୍ଥାକୁ ଏକ ପ୍ରକାର ଅଚଳ କରିଦେଇଥିଲା । ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଥିଲା ।

Advertisment
BJD BJP Politics Jaynarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ