Advertisment

ପଛୁଆ ବର୍ଗଙ୍କ ପାଇଁ କେତେ ଖର୍ଚ୍ଚ କରିଛ?: ବିଜେପି

ରାଜ୍ୟରେ ପଛୁଆ ବର୍ଗଙ୍କୁ କରାଯାଉଥିବା ଅବହେଳା ଓ ସେମାନଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ର ପଛୁଆ ବର୍ଗ କମିଶନଙ୍କୁ ଫେରାଦ ହୋଇଛି। କମିଶନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଏନେଇ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଆସିବ ବୋଲି ସୂଚନା ଦେଇଛି ବିଜେପି ଓବିସି ମୋର୍ଚ୍ଚା।

ଅଦ୍ୟତନ ହୋଇଛି
ପଛୁଆ ବର୍ଗଙ୍କ ପାଇଁ କେତେ ଖର୍ଚ୍ଚ କରିଛ?: ବିଜେପି

BJP Pressmeet

Advertisment

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଛନ୍ତି ଏବଂ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିିଛି ବିଜେପି।ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାର ଦେବାକୁ ରାଜ୍ୟ ସୁପ୍ରିମକୋର୍ଟରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାର ତଥ୍ୟ ପ୍ରମାଣ ସାର୍ବଜନୀନ କରନ୍ତୁ ବୋଲି ଦଳ ପକ୍ଷରୁ ଦାବି  କରାଯାଇଛି। ତାମିଲନାଡୁ, ବିହାର ଭଳି ରାଜ୍ୟ ସୁପ୍ରିମକୋର୍ଟ ଯାଇ 50% ସରଂକ୍ଷଣ ଟପି ସାରିଛନ୍ତି, ମାତ୍ର ଆମ ରାଜ୍ୟ ସରକାର ସେ ବାଟ କେମିତି ପାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ବିଜେପି ଓବିସି ମୋର୍ଚ୍ଚା  ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କେନ୍ଦ୍ର ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ 27% ସରଂକ୍ଷଣ ଦେଇଥିବା ବେଳେ ରାଜ୍ୟ ନିଜର ପୂର୍ବ ପ୍ରତିଶ୍ରୁତି ବି ପାଳନ କରୁନଥିବା ବିଜେପି କହିଛି।

Advertisment

ଏପରିକି ନିଜ ପୂର୍ବ ପ୍ରତିଶ୍ରୁତି ଅନୁସାରେ 11.25% ପ୍ରତିଶତ ସରଂକ୍ଷଣ ବି ଦେଉନଥିବା ଅଭିଯୋଗ କରିଛି ବିଜେପି। ରାଜ୍ୟରେ ପଛୁଆ ବର୍ଗଙ୍କୁ କରାଯାଉଥିବା ଅବହେଳା ଓ ସେମାନଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ର ପଛୁଆ ବର୍ଗ କମିଶନଙ୍କୁ ଫେରାଦ ହୋଇଛି। କମିଶନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଏନେଇ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଆସିବ ବୋଲି ସୂଚନା ଦେଇଛି ବିଜେପି ଓବିସି ମୋର୍ଚ୍ଚା। ତେବେ ବିଜେପିର ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment

କିଛି ଦିନ ତଳେ ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଥିଲେ ଯେ ଓଡ଼ିଶାରେ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଓବିସି ଏବଂ ଏସଇବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଆଗରୁ ରହିଥିଲା, ନବୀନ ପଟ୍ଟନାୟକ ସରକାର ନିଜର ଅପାରଗତା କାରଣରୁ ଏହି ବ୍ୟବସ୍ଥାକୁ ଜାରି ରଖିପାରିଲେ ନାହିଁ। ଏବେ ଓବିସି ବର୍ଗକୁ ୨୭ ପ୍ରତିଶତ ଟିକେଟ୍ ଦେବ କହି ଶାସକ ବିଜେଡି କେବଳ ଭୂଆଁ ବୁଲାଉଛି।

Odisha News OBC Reservation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ