Advertisment

BJD ସରକାର ବିରୋଧରେ BJPର ଚାର୍ଜସିଟ୍, କଂଗ୍ରେସ କରିବ ଲିଫ୍‌ଲେଟ୍‌ ଆଟାକ୍

ଶଙ୍ଖଭବନରେ ବିଧାୟକଙ୍କ ସହ ବିଜେଡିର ମନ୍ତ୍ରଣା । ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରସଙ୍ଗରେ ଅକଳରେ ବିଜେଡି ।

ଅଦ୍ୟତନ ହୋଇଛି
undefined

Odisha Politics, BJD-BJP-Congress

Advertisment

ଭୋଟ୍ ପୂର୍ବରୁ ସରକାରଙ୍କୁ ଅଡୁଆରେ ପକାଇବାକୁ ବିରୋଧୀଙ୍କ ପ୍ଲାନ୍ । ବିଜେଡି ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରୁଛି ବିଜେପି । ଘର ଘର କଂଗ୍ରେସ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ବିରୋଧରେ କଂଗ୍ରେସ ବି ବାଣ୍ଟିବ ଲିଫଲେଟ୍ ।

Advertisment

ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ବିରୋଧରେ ଲଢେଇ ପାଇଁ ବିଜେପି, କଂଗ୍ରେସର ଜୋରଦାର କସରତ । ରାଜ୍ୟରେ ୫୦ ପ୍ରତିଶତ ପିସି ସରକାରର ଅଭିଯୋଗ ଆଣି ପଂଚାୟତରୁ ରାଜ୍ୟସ୍ତର ଯାଏଁ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଲଢିବାକୁ ପଣ କରିଛି ବିଜେପି। ଏଥିସହ ଫାଇଭ ଟି ସଚିବଙ୍କ ଗସ୍ତ, ରତ୍ନଭଣ୍ଡାର ସୁରକ୍ଷାରେ ବିଫଳ, ବିଜୁଳି ଦୁର୍ନୀତି, ସହରୀ ଜଳ ନିଷ୍କାସନରେ ବିଫଳତା, ନବ ଦାସ ହତ୍ୟା, ଧାନ କିଣାରେ ଅବ୍ୟବସ୍ଥା ଭଳି ୧୦୮ ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ବିଜେପି।

ସେପଟେ କଂଗ୍ରେସ ବି ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ଯାଏଁ 'ଘର ଘର କଂଗ୍ରେସ' କାର୍ଯ୍ୟକ୍ରମ ହାତକୁ ନେଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଘର ଘର ବୁଲି ଲିଫଲେଟ୍ ବାଣ୍ଟିବାକୁ ଯୋଜନା କରିଥିବା ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛି ଦଳ।

Advertisment

ଏପଟେ ବିଜେଡି ବି ରଣନୀତି ତୟାରିରେ ଲାଗି ପଡ଼ିଛି। ଆଜି ଶଙ୍ଖଭବନରେ ବିଭିନ୍ନ ନିର୍ବାଚନମଣ୍ଡଳିର ବିଧାୟକଙ୍କ ସହ ମନ୍ତ୍ରଣା କରିଛନ୍ତି ଦଳର ସାଂଗଠନିକ ସଂପାଦକ। ଯେଉଁଥିରେ ଆଗାମୀ ଦିନର କାର୍ଯ୍ୟକ୍ରମ ଓ ଟିକେଟ୍ ନେଇ କସରତ ହୋଇଥିବା କୁହାଯାଉଛି। ଅପରପକ୍ଷେ ଜନ ଅଭିଯୋଗ ଶୁଣାଣି ନାଁରେ ଫାଇଭ-ଟି ସଚିବଙ୍କ ବ୍ୟୟବହୁଳ ହେଲିକପ୍ଟର ଗସ୍ତକୁ ନେଇ ବିବାଦ ବଢୁଛି। ସଚିବଙ୍କ ଗସ୍ତ ପରେ ଖାଲି ବିଜେଡି ଭିତରେ ଅସନ୍ତୋଷ ତେଜୁନି, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଛବି ବି ଧୂମିଳ ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ ସ୍ଥିତି ବିଗୁଡି ଥିବାରୁ ଏବେ ଖୋଦ୍ ମୁଖ୍ୟମନ୍ତ୍ରୀ ମୈଦାନକୁ ଓହ୍ଲାଇବାର ପ୍ଲାନ୍ ଚାଲିଛି।

ସେପଟେ ସଚିବ ବଡ଼ ନା ମନ୍ତ୍ରୀ ବଡ଼ ପ୍ରସଙ୍ଗ ବି ଦଳ ପାଇଁ ଭାରି ହେଉଥିବା ଦେଖି ଆଜି ମୁହଁ ଖୋଲି 5T ସପକ୍ଷରେ ବାହାରିଛନ୍ତି ବିଜେଡି ନେତା। ନବୀନ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ବିରୋଧୀ ବଡ ଲଢ଼େଇ ପାଇଁ ସଜ ହେଉଥିଲା ବେଳେ ବିଜେଡି ଏହାକୁ କିଭଳି ମୁକାବିଲା କରିବ ତା ଉପରେ ନଜର ରହିଛି ।

Advertisment

BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ