Advertisment

ମନ୍ତ୍ରୀଙ୍କୁ ବହିଷ୍କାର ନକଲେ ଆହୁରି ତୀବ୍ର ହେବ ଆନ୍ଦୋଳନ: ବିଜେପି

ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ଯାଏ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ କହିଛି। ଦୁର୍ନୀତି, ଭ୍ରଷ୍ଟାଚାରରେ ବିଜେଡି ବୁଡ଼ି ରହିଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଦଳ ନେବ ବୋଲି କହିଛି।

ଅଦ୍ୟତନ ହୋଇଛି
BJP Executive Meeting

BJP Executive Meeting

Advertisment

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ମାହାଙ୍ଗା ଡବଲ ମର୍ଡର ମାମଲା ହେଉ କି ମମିତା ଓ ପରି ହତ୍ୟା ମାମଲା। ଏପରି ବିଭିନ୍ନ ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କାହିଁକି ନିରବ ଅଛନ୍ତି ବୋଲି ପ୍ରଶ୍ନ କରିଛି ଦଳ। ମାହାଙ୍ଗା ଡବଲ ମର୍ଡରରେ ପ୍ରତାପ ଜେନା, ଏସିଏଫ୍ ମାମଲାରେ ବିକ୍ରମ ଆରୁଖ, ମମିତା ମାମଲାରେ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ଅଭିଯୋଗ ଥିବା ବେଳେ ମୁଖ୍ୟମନ୍ତ୍ରୀ ନିରବ ଅଛନ୍ତି ତେବେ ମୁଖ୍ୟମନ୍ତ୍ରୀଙ୍କ ପାଟିକୁ କିଏ ବନ୍ଦ କରିଛି ବୋଲି ପ୍ରଶ୍ନ କରିଛି ବିଜେପି।

Advertisment

ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ଯାଏ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ କହିଛି। ଦୁର୍ନୀତି, ଭ୍ରଷ୍ଟାଚାରରେ ବିଜେଡି ବୁଡ଼ି ରହିଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଦଳ ନେବ ବୋଲି କହିଛି।

ଏନେଇ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର କହିଛନ୍ତି ଯେ ବିଜେଡି ଶାସନରେ ଏବେ ମହିଳାମାନେ ବିପଦରେ ଅଛନ୍ତି। ଏନ୍‌ସିଆରର ରିପୋର୍ଟ ଅନୁସାରେ ଏଇ ରାଜ୍ୟରେ ପ୍ରତିଦିନ ୪ ମହିଳାଙ୍କ ସହ ଦୁଷ୍କର୍ମ, ୬ଜଣ ମହିଳାଙ୍କୁ ଅପହରଣ ହେଉଛି। ଓଡ଼ିଶାରେ ମହିଳାମାନେ ସୁରକ୍ଷିତ ମଣୁନାହାନ୍ତି। ପରୀ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି, ଏସିଏଫ୍ ସୌମ୍ୟରଞ୍ଜନଙ୍କ ଘଟଣାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମ୍ପୃକ୍ତି  ଓ ବର୍ତ୍ତମାନ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡରେ ରାଜ୍ୟର ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ କାର୍ଯ୍ୟକାରଣୀ ଗଭୀର କ୍ଷୋଭ ପ୍ରକାଶ କରିଛି। 

Advertisment

ଭୁବନେଶ୍ୱରର ଏକ ହୋଟେଲ୍‌ରେ ଚାଲିଥିବା ଏହି କାର୍ଯ୍ୟକାରିଣୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି ମାନେ ମଧ୍ୟ ଯୋଗ ଦେଇଛନ୍ତି। ତେବେ ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରୟା ମିଳିପାରିନାହିଁ 

Bhubaneswar Odisha BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ