Advertisment

ପ୍ରଦୀପ ଉବାଚ.. ‘BJP ସିନିୟର ପାର୍ଟି, BJD ସମର୍ପିତ ଦଳ’

ପ୍ରମାଣିତ ହେଲା ବିଜେଡି-ବିଜେପି ନିବିଡ଼ ସମ୍ପର୍କ କହିଲା କଂଗ୍ରେସ । ବିଜେଡିର ଉତ୍ତର ରାଜ୍ୟ ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି।

undefined

Ashwini Vaishnaw

Advertisment

ହଟିଲା ସସପେନ୍ସ। ରିପିଟ୍ ହେଲେ ଅଶ୍ୱିନୀ। ଘୋଷଣା କଲା ବିଜେପି, ସମର୍ଥନ ଦେଲା ବିଜେଡି। ରାଜ୍ୟସଭା ପ୍ରାର୍ଥୀ ଭାବେ ଆସନ୍ତାକାଲି କରିବେ ନାମାଙ୍କନ ପତ୍ର ଦାଖଲ। 

Advertisment

ସକାଳ ପ୍ରାୟ ୧୦ଟା ୨୫ ବେଳେ ସାମନାକୁ ଆସିଲା ବିଜେପିର ଏକ ପ୍ରେସ୍ ରିଲିଜ୍ । ଯେଉଁଥିରେ ମଧ୍ୟପ୍ରଦେଶର ୪ ନେତାଙ୍କ ସହ ଥିଲା ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ। ରୋଚକ କଥା ହେଉଛି, ସେତେବେଳେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିଲେ ଅଶ୍ୱିନୀ। ସେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ସମ୍ବଳିତ ପ୍ରେସ୍ ରିଲିଜ୍ ବି ଆସିଗଲା। ଯେଉଁଥିରୁ ସ୍ପଷ୍ଟ ହୋଇଗଲା, ଅଶ୍ୱିନୀଙ୍କୁ ୨୦୧୯ ଭଳି ସମର୍ଥନ ଦେବ ବିଜେଡି। ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରୁଥିବା ଦର୍ଶାଇଥିଲେ ନବୀନ। 

ସେପଟେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିବାରୁ ଦଳ ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଆସନ୍ତାକାଲି ସେ ନାମାଙ୍କନ ଭରିବା ପରେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଏଠି ପ୍ରଶ୍ନ ରାଜ୍ୟରେ ବିଜେଡି ଓ ବିଜେପି ପରସ୍ପରର ଗୋହି ଖୋଳା ଖୋଳି ହେଉଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କାହିଁକି କଲା ? ୨୦୧୯ ଫର୍ମୂଲା ପୁଣି ଆପଣାଇବା ପଛର ରହସ୍ୟ କଣ ? କଂଗ୍ରେସ କହିଛି ଉଭୟଙ୍କ ଭିତରେ ଯେଉଁ ନିବିଡ ସମ୍ପର୍କ ଅଛି ତାହା ପୁଣିଥରେ ପ୍ରମାଣିତ ହୋଇଛି। ବିଜେପିର ଯୁକ୍ତି ପ୍ରାର୍ଥୀ ଆମେ ଦେଲୁ, ବିଜେଡି କାହିଁକି ସମର୍ଥନ କଲା ତାହା ବିଜେଡ଼ି ହିଁ କହିପାରିବ।

ଆଉ ସେପଟେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଆଁରେ ଘିଅ ଢାଳି କହିଛନ୍ତି ବିଜେଡି ସମର୍ପିତ ଦଳ, ଆଉ ବିଜେପି ସିନିୟର ପାର୍ଟି । ତେବେ ବିଜେଡି କହିଛି ରାଜ୍ୟ ସ୍ୱାର୍ଥ ପାଇଁ ଏ ନିଷ୍ପତି ।

Advertisment

୨୦୧୯ ରାଜ୍ୟସଭା ନିର୍ବାଚନ ବେଳେ ବି ସମାନ ଘଟଣା ଦେଖିବାକୁ ମିଳିଥିଲା। ସେତେବେଳେ କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ପ୍ରଥମେ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ପରେ ସେ ବିଜେପି ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲା। ଆଉ ବିଜେଡି ସମର୍ଥନରେ ହିଁ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇ ମୋଦି ସରକାରରେ ମନ୍ତ୍ରୀ ହୋଇଥିଲେ। 

Congress BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ