Advertisment

ସଦସ୍ୟ ସଂଗ୍ରହ ଅଭିଯାନରେ ସାଂସଦ ବୈଜୟନ୍ତ ପଣ୍ଡା

ସମ୍ବଲପୁର ଜିଲ୍ଲା ଗସ୍ତରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା । ଅଁଳାପାଲିରେ ବୈଜୟନ୍ତଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।

Baijayant Panda

Baijayant Panda

Advertisment

ସମ୍ବଲପୁରରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ। ଏଥିରେ ଯୋଗ ଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଅଁଳାପାଲି ଠାରେ ହେଲିକପ୍ଟରରେ ପହଞ୍ଚିବା ପରେ ସେଠାରେ ଦଳୀୟ ନେତା ଓ କର୍ମୀମାନେ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବା ସହ ପାଛୋଟି ନେଇଥିଲେ।

Advertisment

ପରେ ହାଟପଡ଼ାଠାରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ ବୈଜୟନ୍ତ ପଣ୍ଡା। ଲୋକଙ୍କୁ ମୋବାଇଲ୍ ଫୋନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିବା ପ୍ରକ୍ରିୟା ବାବଦରେ ବୁଝାଇଥିଲେ। ଲୋକଙ୍କ ଘରକୁ ଯାଇ ଲଗାଇଥିଲେ ଷ୍ଟିକର। ସେଠାରେ ବିଧାୟକ ଜୟନାରାୟଣ ମିଶ୍ର ଓ ପୂର୍ବତନ ବିଧାୟକ ନାଉରି ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ଏହାପରେ ଦୁର୍ଗାପାଲି ସ୍ଥିତ ହୋଟେଲ ରିଭର ଇନ ଠାରେ ଏକ ଦଳୀୟ ବୈଠକରେ ଯୋଗଦେଇଥିଲେ ବୈଜୟନ୍ତ ପଣ୍ଡା। ସନ୍ଧ୍ୟାରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ। ଏଥିସହ ଜେଲ ଛକଠାରେ 'ଚାୟ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Advertisment

ଅନ୍ୟପଟେ ଏହା କ୍ରମରେ ଆଜି ବରଗଡ଼ ଜିଲ୍ଲା ଗସ୍ତ ମଧ୍ୟ କରିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସକାଳେ ସେ ପଦ୍ମପୁର ସତିଭଟା ସ୍ଥିତ ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ଦଳର ଅନ୍ୟ ନେତା ପହଞ୍ଚି ବୈଜୟନ୍ତଙ୍କୁ ଏୟାରଷ୍ଟ୍ରିପରେ ସ୍ବାଗତ କରିଥିଲେ। ସଦସ୍ୟ ସଂଗ୍ରହ ଅଭିଯାନ ମାଧ୍ୟମରେ ଦଳ ଆହୁରି ମଝଭୁତ ହେବ ବୋଲି ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ । ଏହି ଅବସରରେ ଡୋର ଟୁ ଡୋର କ୍ୟାମ୍ପେନ କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା। 

Baijayant Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ