Advertisment

ଆନ୍ଧ୍ରରେ ଆସନ ଭାଗବଣ୍ଟା, ପହଞ୍ଚିଲେ ବୈଜୟନ୍ତ

ବୈଜୟନ୍ତ ପଣ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦଳର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ- ସଂଗଠନ ଶିବ ପ୍ରକାଶ ମଧ୍ୟ ଅଛନ୍ତି।

Baijayant Panda

Baijayant Panda

Advertisment

ଏନଡିଏକୁ ପୁରୁଣା ସାଥୀ ଟିଡିପି ଫେରିବା ପରେ ଏବେ ଆନ୍ଧ୍ରପ୍ରଦେଶରେ ଆସନ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଛି କସରତ। ଟିଡିପି ସହ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ମଧ୍ୟ NDAରେ ସାମିଲ ହୋଇଛି। କିଏ କେତେ ଆସନରେ ଲଢ଼ିବେ ତାହା ସ୍ପଷ୍ଟ ହୋଇଥିଲେ ବି ନିର୍ଦ୍ଦିଷ୍ଟ କେଉଁ ଆସନରେ କେଉଁ ଦଳ ପ୍ରାର୍ଥୀ ଦେବ, ତାହା ସ୍ଥିର ହୋଇନି। ଏଥିପାଇଁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ବୈଜୟନ୍ତ ପଣ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦଳର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ- ସଂଗଠନ ଶିବ ପ୍ରକାଶ ମଧ୍ୟ ଅଛନ୍ତି।ବିଜୟୱାଡ଼ାରେ ପହଂଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା। ବୁଝାମଣା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନରୁ ବିଜେପି ୬ଟି ଆସନରେ, ଜନସେନା ପାର୍ଟି ୨ଟିରେ ଏବଂ ବାକି ୧୭ଟି ଆସନରେ ଟିଡିପି ନିର୍ବାଚନ ଲଢିବ ବୋଲି ସ୍ଥିର ହୋଇଛି।

BJP Baijayant Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ