Kendrapara MP Baijayant Panda
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ସେ ବ୍ରଜରାଜନଗରରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କୁ ବିଜେପି ସହ ଯୋଡିଛନ୍ତି।
ମୋବାଇଲ ଫୋନରେ ସଦସ୍ୟ ହେବାର ପ୍ରକ୍ରିୟା କିପରି କରାଯାଏ, ତାହା ଲୋକଙ୍କୁ ଦେଖାଇଥିଲେ । ବ୍ରଜରାଜନଗରରେ ପହଞ୍ଚି ବୈଜୟନ୍ତ ପ୍ରଥମେ ରାମଚଣ୍ଡୀ ମନ୍ଦିର ଓ ପରେ ଦୁର୍ଗା ମନ୍ଦିରକୁ ଯାଇ ମା' ଙ୍କ ଦର୍ଶନ କରିଥିଲେ। ପରେ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।
ଝାରସୁଗୁଡ଼ାରେ ପହଞ୍ଚିବା ପରେ ଦଳର ନେତା ଓ କର୍ମୀ ତାଙ୍କୁ ସ୍ୱାଗତ କରି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ପରେ ସେ ବ୍ରଜରାଜନଗର ଯାଇଥିଲେ । ସେଠାରୁ ଝାରସୁଗୁଡା ଫେରି ସେ ସୁନ୍ଦରଗଡ଼ ଅଭିମୁଖେ ଯାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726304098.jpg)