• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମିଶନ-୨୪ ପାଇଁ ବିଜେପିର ଫୋକସ୍‌ ଓଡ଼ିଶା । କେବଳ ଓଡ଼ିଶା ନୁହେଁ ବରଂ ଫୋକସରେ ରହିଛି ପଶ୍ଚିମବଙ୍ଗ । ୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ମୁହାଁ ହେଉଛନ୍ତି ବିଜେପିର ବରିଷ୍ଠ ନେତା । ଏନେଇ  ସେପ୍ଟେମ୍ବର ମାସରେ ଓଡିଶା ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର ହେବ । ବିଜେପିର ତିନି ପ୍ରମୁଖ ଚେହେରା ବି ଏହି ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେହିପରି ତୃତୀୟ ସପ୍ତାହରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ସଂଗଠନ ମହାମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ସେପ୍ଟେମ୍ବର ୫-୬ ରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି ।

ତେବେ ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତେବେ ଏହି ତିନି ପ୍ରମୁଖ ଚେହେରା ସେପ୍ଟେମ୍ବର ମାସରେ ଓଡ଼ିଶା ଆସିବେ, କିନ୍ତୁ ତାରିଖ ଏଯାଏଁ ଚୁଡାନ୍ତ ହୋଇନାହିଁ । କିଛିଦିନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଗୁରୁମନ୍ତ୍ର ଦେଇଥିବା ବେଳେ ଆଗାମୀ ଦିନରେ ବିଜେପି ନେତାଙ୍କ ମାରାଥନ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି ।