/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724160901.jpg)
Mamata Mohanta
ମମତା ମହାନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ଆଜି ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମମତାଙ୍କ ନାଁରେ ଦଳ ମୋହର ମାରିଛି । କୁଡୁମୀ ସମାଜର ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା ମହାନ୍ତ । କିଛି ଦିନ ତଳେ ସେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ଓ ପରେ ବିଜେପିରେ ଯୋଗଦେଇଥିଲେ ମମତା ।
Advertisment
ଆଜି ବିଜେପି ମମତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ । ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ସିଟ୍ ଜିତିବା ନିଶ୍ଚିତ । ତେବେ ଆବଶ୍ୟକତା ପଡିଲେ ସେପଟେମ୍ବର ୩ରେ ଉପନିର୍ବାଚନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)