Advertisment

ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଫଣ୍ଡା, ଦାୟିତ୍ୱରେ ରହିବେ ପିଏମ୍ ମୋଦି, ଶାହ ଓ ରାଜନାଥ

ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

undefined

BJP Strategy for Odisha

Advertisment

ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଷ୍ଟ୍ରାଟେଜି। ଦାୟିତ୍ୱରେ ରହିବେ ଖୋଦ୍ ମୋଦି, ଶାହା ଓ ରାଜନାଥ। ମେଣ୍ଟ ନୁହେଁ, ଏକା ଲଢ଼ିବ ବିଜେପି। ଲୋକସଭା ନୁହେଁ, ଫୋକସରେ ବିଧାନସଭା। ଆଜି ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ବୈଠକରେ ଏଇ ବାର୍ତ୍ତା ଦେଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ସହ ସମସ୍ତ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ମାନସମନ୍ଥନ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରଭାରୀ ଏବଂ ସହ ପ୍ରଭାରୀ ବିଜୟ ପାଲସିଂ ତୋମାର। ଯାହାର ପ୍ରମୁଖ ବିନ୍ଦୁ ସବୁ ଥିଲା- ଓଡ଼ିଶାରେ କ୍ଲଷ୍ଟର ଷ୍ଟ୍ରାଟେଜି ଆପଣାଇବ ଦଳ ।

Advertisment

ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ୩ କେନ୍ଦ୍ରୀୟ ନେତା ସେସବୁ କ୍ଲଷ୍ଟରରେ ନିର୍ବାଚନୀ କାର୍ଯ୍ୟକ୍ରମ ସହ ଷ୍ଟ୍ରାଟେଜିର ସମୀକ୍ଷା କରିବେ। ଏହାସହ ରାଜ୍ୟ ନେତାମାନେ ମଧ୍ୟ ଏହି କ୍ଲଷ୍ଟର ଦାୟିତ୍ୱରେ ରହିବେ। ତେଣୁ ଯଥାଶୀଘ୍ର ସବୁଠି ବୁଥ୍ କମିଟି ଗଠନ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କର୍ମୀଙ୍କ ମନରୁ ବିଜେପି-ବିଜେଡି ସଂପର୍କ ଦ୍ୱନ୍ଦ୍ୱକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବଂଶଲ। କହିଛନ୍ତି, କୌଣସି ମେଣ୍ଟ ହେବ ନାହିଁ ବୋଲି କେନ୍ଦ୍ର ନେତୃତ୍ୱ ସଫା ସଫା ଶୁଣାଇ ସାରିଥିବାରୁ ଏ ସ୍ପଷ୍ଟ ବାର୍ତ୍ତା ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚାଅ।

ଅନ୍ୟପଟେ ରାଜ୍ୟରେ ଦ୍ୱିମୁଖୀ ଲଢ଼େଇ ସ୍ଥିତି ଥିବାରୁ ପ୍ରତିବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ ପାଇଁ, ପଦାଧିକାରୀ ବୈଠକରେ ବୁଥ ମ୍ୟାନେଜମେଣ୍ଟକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ ବଂଶଲ। ସେହିପରି ବୁଥ୍ କମିଟି ଗଠନ ପରେ ମଣ୍ଡଳ ସ୍ତରରେ ବୁଥ୍ ସମ୍ମିଳନୀ କରି ସ୍ଥାନୀୟ ପ୍ରସଙ୍ଗକୁ ନେଇ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାକୁ କୁହାଯାଇଛି। ଏଥିସହ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନେତା ଓ କର୍ମୀ ସୋସିଆଲ ମିଡିଆରେ ସକ୍ରିୟ ରହି କେନ୍ଦ୍ର ସରକାରଙ୍କ ଯୋଜନା ଓ ରାଜ୍ୟର ବିଫଳତାର ପ୍ରଚାର ପ୍ରସାର କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଜେଡି କହିଛି ଯେତେ କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବି ଫରକ ପଡ଼ିବନି।

Advertisment

ଗତକାଲି ସମନ୍ୱୟ ବୈଠକ ପରେ ଆଜି ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ବୈଠକ ହେଲା। ଆସନ୍ତାକାଲି ହେବ ସଂଯୁକ୍ତ ମୋର୍ଚ୍ଚା ଗୁଡ଼ିକର ବୈଠକ। ତେବେ ଏହି ୩ ଦିନିଆ ମାନସମନ୍ଥନ, ୨୪ ମହାଲଢ଼େଇରେ ଦଳକୁ ଓଡ଼ିଶାରେ କେତେ ସଫଳତା ଦେଉଛି ତା ଉପରେ ନଜର।

Odisha News BJP Manmohan Samal General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ