Advertisment

ଆବାସ ଘୋଟାଲା ଦୁର୍ନୀତିର ସିବିଆଇ ତଦନ୍ତ ଦାବି

ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା।

undefined

BJP leader Prithviraj Harichandan alleges massive corruption in PMAY scheme in Odisha

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ପୁଣି ବିଜେପିର ଟାର୍ଗେଟ୍। ଏହାର ସିବିଆଇ ତଦନ୍ତ ଲାଗି ଦାବି କରିଛି ଦଳ। ଏପରିକି କାର୍ଯ୍ୟାଦେଶ ବଣ୍ଟନ ବେଳେ ବିଜେଡି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ କରିଛି ବିଜେପି। ନିକଟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆବାସ କେଳେଙ୍କାରୀର ତଦନ୍ତ ହେବ ଓ ଦୋଷୀଙ୍କୁ ଜେଲ୍ ପଠାଯିବ ବୋଲି ଚେତାବନୀ ଦେଇଥିଲେ। ଏବେ ଯୋଗ୍ୟ ହିତାଧିକାରୀଙ୍କୁ ମାସେ ଭିତରେ ଘର ବଣ୍ଟାନଗଲେ ପ୍ରତି ବ୍ଲକରେ ଆନ୍ଦୋଳନ କରିବ ବୋଲି ରାଜ୍ୟ ବିଜେପି କହିଛି। ଜବାବରେ ବିଜେଡି କହିଛି ରାଜ୍ୟ ସରକାର ସବୁ ଯୋଜନାରେ ସ୍ୱଚ୍ଛତା ବଜାୟ ରଖିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ! ଯୋଗ୍ୟ ବଦଳରେ ଅଯୋଗ୍ୟଙ୍କୁ ମିଳୁଛି ଘର ! କାର୍ଯ୍ୟାଦେଶ ବଣ୍ଟନ ବେଳେ ବିଜେଡି ନେତା ଚାନ୍ଦା ମାଗୁଥିବା ଅଭିଯୋଗ। ଯୋଗ୍ୟଙ୍କୁ ଘର ନମିଳିଲେ ଆନ୍ଦୋଳନ ପାଇଁ ବିଜେପିର ଚେତାବନୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଢୁଛି ବିବାଦ। ଅନେକ ସ୍ଥାନରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନଥିବାରୁ ଦାନା ବାନ୍ଧୁଛି ଅସନ୍ତୋଷ। ପିଏମ୍ ଆବାସ ଯୋଜନାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାର ଆଣିଛନ୍ତି ମୋ ଘର ଯୋଜନା।

ହେଲେ ଏବେ ପୁଣି ତେଜିଛି ଘର କଳି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭବାନୀପାଟଣା ସମାବେଶରେ ଆବାସ ଯୋଜାନରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ ହୋଇ ଦୋଷୀଙ୍କୁ ଜେଲ୍  ପଠାଯିବ ବୋଲି କହିଥିଲେ। ଏହାକୁ ଆଉ ପାଦେ ଆଗକୁ ନେଇଛି ରାଜ୍ୟ ବିଜେପି। ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଆବାସ ଯୋଜନାରେ ଗୟା ପ୍ରସାଦ କମିଟି ରିପୋର୍ଟ ଆଧାରରେ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛି। ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ଚିଠି ଲେଖନ୍ତୁ ବୋଲି ଦାବି କରିଛି ଦଳ। ଏହାସହିତ ଯୋଗ୍ୟଙ୍କୁ ମାସେ ଭିତରେ ଘର ଦିଆଯାଉ, ନଚେତ୍ ରାଜରାସ୍ତାକୁ 
ଦଳ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

Advertisment

ସେହିପରି ଆବାସ କାର୍ଯ୍ୟାଦେଶ ବଣ୍ଟନ ବେଳେ ହିତାଧିକାରୀଙ୍କଠାରୁ ବିଜେଡି ୨୦ରୁ ୨୫ ହଜାର ଟଙ୍କା ଚାନ୍ଦା ମାଗୁଥିବା ଅଭିଯୋଗ ଆଣିଛି ବିଜେିପି। ସେପଟେ ବିଜେଡି କହିଛି ରାଜ୍ୟ ସରକାର ସବୁ ଯୋଜନାରେ ସ୍ବଛତା ବଜାୟ ରଖିଛନ୍ତି। ସେପଟେ ଆବାସକୁ ନେଇ ବଢ଼ିଛି ବିଜେଡି-ବିଜେପି କଳି। ଗତ ୩ ବର୍ଷ ହେଲା କେନ୍ଦ୍ର ଘର ଅଟକାଇଥିଲା ବୋଲି ଅଭିଯୋଗ କରିଥିଲା ବିଜେଡି। ତାସହ ରାଜ୍ୟ ସରକାର ୧୫ ଲକ୍ଷ ଘର ଦାବି କରିଥିବା ବେଳେ କେନ୍ଦ୍ର ମାତ୍ର ସାଢେ ୯ ଲକ୍ଷ ଘର ଦେଇଥିବା କହି ଆପତ୍ତି ଉଠାଇଛି ଦଳ।

ତେବେ ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା। ସେପଟେ କିନ୍ତୁ ଘର ପାଉନଥିବା ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ପିଏମ୍ ଆବାସ ଯୋଜନାକୁ ନେଇ ଆଗକୁ ବିବାଦ ଆହୁରି ବଢ଼ିବାର ଆଶଙ୍କା ରହିଛି। ସେପଟେ କେନ୍ଦ୍ର ସରକାର ମଧ୍ୟ ଏନେଇ ଆସୁଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment
PMAY Scam In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ