Advertisment

ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମୁହାଁମୁହିଁ ହେଲେ ନିତିନ-କନକବର୍ଦ୍ଧନ

ବଲାଙ୍ଗିର ଜିଲ୍ଲାରେ ବଢୁଛି ଆଇନଶୃଙ୍ଖଳା ପରିସ୍ଥିତି

ଅଦ୍ୟତନ ହୋଇଛି
KV Singh Deo

KV Singh Deo

Advertisment

ବଲାଙ୍ଗୀର ଜିଲ୍ଲାରେ ବଢ଼ୁଛି ଆଇନଶୃଙ୍ଖଳା ପରିସ୍ଥିତି । ଜିଲ୍ଲାରେ ଅପରାଧ ସହ ଆଇନଶୃଙ୍ଖଳା ସ୍ଥିତି ବଢ଼ୁଥିବାକୁ ନେଇ ବିଜେପି ନେତା ଓ ଜିଲ୍ଲା ଏସପି ମୁହାଁମୁହିଁ ହୋଇଛନ୍ତି । ପାଣାଗଡ଼ ସମେତ ବଲାଙ୍ଗିର ଜିଲ୍ଲାରେ ବଢିଚାଲିଥିବା ଅପରାଧ ସହ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ନେତା  କନକବର୍ଦ୍ଧନ ସିଂଦେଓ ଏବଂ ଜିଲ୍ଲା ଏସପି ନୀତିନ କୁଶଳକର ।

Advertisment

ଉଭୟଙ୍କ ମଧ୍ୟରେ ହୋଇଥିବା କଥା କଟାକଟିର ଏକ ଭିଡ଼ିଓ ଏବେ ଭାଇରାଲ୍ ହେଉଛି । ଜିଲ୍ଲାରେ ଯେଭଳି ଭାବେ ଅପରାଧ ବଢ଼ିଚାଲିଛି, ତାକୁ ନିୟନ୍ତ୍ରଣ କରିବାରେ ପୋଲିସ ଫେଲ୍ ମାରୁଛି । ଏହାଦ୍ବାରା ବର୍ଦ୍ଦିର ଅପମାନ ହେଉଥିବା କହିଛନ୍ତି କେ.ଭି.ସିଂଦେଓ । ଏହାକୁ ନେଇ ଏସପି ନୀତିନ କୁଶଳକର ଆପତ୍ତି ଉଠାଇଥିବା ବେଳେ ଉଭୟଙ୍କ ମଧ୍ୟରେ ସରଗରମ କଥା କଟାକଟି ହେଉଛି।

କୁହାଯାଉଛି ଏହି ଭିଡ଼ିଓଟି ଗତ ଦୁଇ ଦିନ ତଳର । ପାଟଣାଗଡ଼ ଏବଂ ଜିଲ୍ଲାରେ ବଢ଼ିଚାଲିଥିବା ଅପରାଧକୁ ନିୟନ୍ତ୍ରଣ ଦାବି ନେଇ କେ.ଭି. ଧାରଣା ଦେଇଥିଲେ । ଏହାସତ୍ତ୍ବେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଧାରଣାର ଦ୍ବିତୀୟ ଦିନ ପରେ ଏସପି ଘଟଣାସ୍ଥଳକୁ ଯାଇଥିବାବେଳେ କେ.ଭିଙ୍କ ସହ ଏଭଳି କଥା କଟାକଟି ହୋଇଥିଲା ।

Advertisment

ତେବେ ସପ୍ତାହେ ଭିତରେ ପାଟଣାଗଡ଼ରେ ବିଭିନ୍ନ ଅପରାଧର ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବ ଏବଂ ଅପରାଧ ନିୟନ୍ତ୍ରଣ ହେବ ବୋଲି ଏସପିଙ୍କ ପ୍ରତିଶ୍ରୁତି ପରେ ଗତ ୭ ତାରିଖରେ ଧାରଣାରୁ ହଟିଥିଲେ 

Odisha News Politics Nitin Kulaskar Kanak Vardhan Singhdeo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ